oom

ବଲାଙ୍ଗିର ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

jsmm

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବିଚାରାଧୀନ ବନ୍ଦୀ ହେଲେ ତ୍ରିପୁରା ମଲ୍ଲିକ(୫୦)। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତ୍ରିପୁରାଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗାଁର ତ୍ରିପୁରା ଏକ ହତ୍ୟା ଘଟଣାରେ ଗିରଫ ହୋଇ ଗତ ୨୦୧୭ ମାର୍ଚ୍ଚ ୧୮ ତାରିଖରୁ ଜଣେ ବିଚାରଧୀନ ବନ୍ଦୀ ଭାବେ ବଲାଙ୍ଗିର ଜିଲ୍ଲା କାରାଗାରରେ ରହି ଆସୁଥିଲେ । ଗତ ୧୫ ତାରିଖ ଡାଇରିଆରେ ଆକ୍ରାନ୍ତ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ଭର୍ତି କରାଯାଇଥିଲା । ଆଜି ଭୋର ସକାଳେ ତାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପରିବାର ଲୋକେ ବଲାଙ୍ଗିର ପୋଷ୍ଟମର୍ଟମ୍ କେନ୍ଦ୍ରରେ ପହଂଚିଛନ୍ତି । ଜେଲ୍ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ତ୍ରିପୁରାଙ୍କ ମୃତ୍ୟୁ ଘଟିଥିବା ନେଇ ତ୍ରିପୁରାଙ୍କ ଝିଅ ମଞ୍ଜୁଲତା ଅଭିଯୋଗ କରିଛନ୍ତି। ମ୍ରୁତ ବିଚାରାଧିନ ବନ୍ଦୀ ତ୍ରିପୁରାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବଡଭାଇ ଲବ ମଲ୍ଲିକ ଦାବୀ କରିଛନ୍ତି । ମାଜିଷ୍ଟ୍ରେଟ୍ ସୁଚରିତା ମୁଗ୍ରୀଙ୍କ ଉପସ୍ଥିତିରେ ବଲାଙ୍ଗିର ଟାଉନ ପୋଲିସ ମୃତ ଦେହର ଇନକ୍ବେଷ୍ଟ ଆରମ୍ଭ କରିଛି । ଅପରପକ୍ଷେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା କାରାଗାର ଅଧିକ୍ଷକ । ତ୍ରିପୁରୀ ଡାଇରିଆରେ ଆକ୍ରାନ୍ତ ହେବାପରେ ତାଙ୍କୁ ଗତ ୧୫ ତାରିଖ ଦିନ କାରାଗାରରୁ ନିଆଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଆଇସୋଲେସନ୍ ୱାାର୍ଡରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ବଲାଙ୍ଗିର ଜିଲ୍ଲା କାରାଗାର ଅଧିକ୍ଷକ ଉର୍ମିଳା ମିଞ୍ଜ ସୂଚନା ଦେଇଛନ୍ତି ।


ପୁରାଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗାଁର ତ୍ରିପୁରା ଏକ ହତ୍ୟା ଘଟଣାରେ ଗିରଫ ହୋଇ ଗତ ୨୦୧୭ ମାର୍ଚ୍ଚ ୧୮ ତାରିଖରୁ ଜଣେ ବିଚାରଧୀନ ବନ୍ଦୀ ଭାବେ ବଲାଙ୍ଗିର ଜିଲ୍ଲା କାରାଗାରରେ ରହି ଆସୁଥିଲେ । ଗତ ୧୫ ତାରିଖ ଡାଇରିଆରେ ଆକ୍ରାନ୍ତ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ଭର୍ତି କରାଯାଇଥିଲା । ଆଜି ଭୋର ସକାଳେ ତାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପରିବାର ଲୋକେ ବଲାଙ୍ଗିର ପୋଷ୍ଟମର୍ଟମ୍ କେନ୍ଦ୍ରରେ ପହଂଚିଛନ୍ତି । ଜେଲ୍ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ତ୍ରିପୁରାଙ୍କ ମୃତ୍ୟୁ ଘଟିଥିବା ନେଇ ତ୍ରିପୁରାଙ୍କ ଝିଅ ମଞ୍ଜୁଲତା ଅଭିଯୋଗ କରିଛନ୍ତି। ମ୍ରୁତ ବିଚାରାଧିନ ବନ୍ଦୀ ତ୍ରିପୁରାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବଡଭାଇ ଲବ ମଲ୍ଲିକ ଦାବୀ କରିଛନ୍ତି । ମାଜିଷ୍ଟ୍ରେଟ୍ ସୁଚରିତା ମୁଗ୍ରୀଙ୍କ ଉପସ୍ଥିତିରେ ବଲାଙ୍ଗିର ଟାଉନ ପୋଲିସ ମୃତ ଦେହର ଇନକ୍ବେଷ୍ଟ ଆରମ୍ଭ କରିଛି । ଅପରପକ୍ଷେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା କାରାଗାର ଅଧିକ୍ଷକ । ତ୍ରିପୁରା ଡାଇରିଆରେ ଆକ୍ରାନ୍ତ ହେବାପରେ ତାଙ୍କୁ ଗତ ୧୫ ତାରିଖ ଦିନ କାରାଗାରରୁ ନିଆଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ଆଇସୋଲେସନ୍ ୱାାର୍ଡରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ବଲାଙ୍ଗିର ଜିଲ୍ଲା କାରାଗାର ଅଧିକ୍ଷକ ଉର୍ମିଳା ମିଞ୍ଜ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.