oom

ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନରେ ପଦ୍ମପୁରର କବି ପ୍ରେମାନନ୍ଦ ବେହେରା ସମ୍ମାନୀତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜଭୂମି କୁଲାଡ଼ଠାରେ ବରଗଡ଼ ଜିଲ୍ଲା ଅ‌ନ୍ତର୍ଗତ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କବି ପ୍ରେମାନନ୍ଦ ବେହେରାଙ୍କୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଙ୍ଗଠନ ଦ୍ୱାରା “ଭଞ୍ଜ ସ୍ମୃତି ସମ୍ମାନ”ରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହା ପୂର୍ବରୁ ଶ୍ରୀ ବେହେରା ମାଲ୍ୟବନ୍ତ ଶ୍ରୀ ସମ୍ମାନ, ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନ, ମାନସିଂହ ସ୍ମୃତି ସମ୍ମାନ ଆଦି ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ଏହି ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି, ବ୍ରହ୍ମପୁରସ୍ଥିତ ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡ଼ଃ. ଲକ୍ଷ୍ମୀକାନ୍ତ ଦାଶ ମୁଖ୍ୟବକ୍ତା, ହାଇଦ୍ରାବାଦ ଆପୋଲୋ ହସ୍ପିଟାଲର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡକ୍ଟର ବଦ୍ରିନାରାୟଣ ତୁମୁଲୁ, ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଂଯୋଜକ ପ୍ରେମାନନ୍ଦ ବେହେରା ଓ କୁଲାଡ଼ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଭଞ୍ଜ ବଂଶୀୟ ଦାୟାଦ ପ୍ରଶାନ୍ତ କୁମାର ଭଞ୍ଜଦେଓ ସମ୍ମାନୀତ ଅତିଥି, ଭଞ୍ଜ ସାହିତ୍ୟ ବିଶାରଦ ଶ୍ରୀଯୁକ୍ତ ମନୁନନ୍ଦ ପତି ଅନ୍ୟତମ ବକ୍ତା ଭାବରେ ଯୋଗଦେଇ ଥିବାବେଳେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ସାହିତ୍ୟ ବିଶାରଦ ପ୍ରଫେସର କୃତିବାସ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଡ଼ଃ ଗୁରୁମୁର୍ତ୍ତି ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ମାଟିଲଗ୍ନା ଦକ୍ଷିଣାଞ୍ଚଳ ପରିଚାଳକ ଅଜିତ କୁମାର ତ୍ରିପାଠୀ ।

jittmm
Leave A Reply

Your email address will not be published.