ସର୍କିଡି ଯୁବକ ସଂଘର ବାର୍ଷିକ ଉତ୍ସବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସର୍କିଡି ଯୁବକ ସଂଘର ୫୮ତମ ବାର୍ଷିକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି କ୍ଷ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ସାଧାରଣ ସଭାରେ ମୁଖ୍ୟଅତିଥି ଭାବରେ ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ପଦ୍ମଶ୍ରୀ ଡକ୍ତର ହଳଧର ନାଗ ଯୋଗଦାନ କରି ସମ୍ବଲପୁରୀ ଭାଷା ସାହିତ୍ୟ ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ବରପାଲି ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ରୀନା ଥଇଥ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସରୋଜ ସେଠ ପରିଚାଳନା କରିଥିବା ବେଳେ ମୋହନଚାନ୍ଦ ପଧାନ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଗ୍ରାମର ଦୁଇ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.