ଭାରସାମ୍ୟ ହରାଇ ଦୁଇ ଜଣ ଯୁବକ ଗୁରୁତର, ସଇଁନ୍ତଲା ଡାକ୍ତର ଖାନରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର କଅସର ରାସ୍ତା ମଝିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସଇଁନ୍ତଲା ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ସୂଚନା ଯୋଗ୍ୟ ଯେ, କେସିଙ୍ଗା ଠାରୁ ଗୁଡ଼ଭେଲା ବ୍ଳକ ଗୋରଗୋଟ ଗ୍ରାମକୁ ଜିତେନ୍ଦ୍ର ଭରାସାଗର ଓ ଅଖିତ ଡୁଙ୍ଗୁରିଆ ଯାଉଥିଲେ ହେଲେ ଗାଡ଼ ଟି ଦ୍ରୁତ ଗତିରେ ଥିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପଡି ଯାଇଥିଲେ । ତେବେ ଖବର ପାଇବା ପରେ ସମାଜସେବୀ ସନ୍ତୋଷ ବେହେରା, ରଞ୍ଜିତ ସାହୁ, ମୁକେଶ ମେହେର ଓ ସୁରେନ୍ଦ୍ର ରଣା ଦୁଇ ଜଣ ଆହତ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଡାକ୍ତର ଖାନାକୁ ନିଆଯାଇଥିଲା । ବର୍ତ୍ତମାନ ଚିକିତ୍ସା ଜାରି ରହିଛି ବୋଲି ଜଣାପଡିଛି ।

Leave A Reply

Your email address will not be published.