ଢ଼େଙ୍କାନାଳ : ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳାକୁ ନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଶେଷ ହୋଇଯାଇଛି । ଆସନ୍ତା ୨୫ ରୁ ଆରମ୍ଭ ହେବ ପ୍ରସିଦ୍ଧ ଯୋରନ୍ଦା ମେଳା । ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ଜୋରନ୍ଦାସ୍ଥିତ ମହିମା ଗଦିରେ ଏହି ମେଳା । ତେବେ କୋଭିଡ କଟକଣା ମଧ୍ୟରେ ଆସନ୍ତା ୨୫ରୁ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ । ଏହି ଉପଲକ୍ଷେ ବୁଧବାର ଯୋରନ୍ଦା ମେଳା କମିଟି ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପ୍ରଶାସନ, ଉଭୟ ବକଳ ଓ କୌପନୀ ଧାରୀ ମହିମା ସାଧୁଙ୍କ ମୁଖିଆ ତଥା ସ୍ଥାନୀୟ ଯୋରନ୍ଦା ପଞ୍ଚାୟତର ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ମେଳା ଅନୁଷ୍ଠିତ ହେବ ମାତ୍ର ଯାତ୍ରା ଉପରେ କଟକଣା ଜାରି କରାଯାଇଛି ।
Next Post