jayashree

କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି

କଟକ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩)ରେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।

କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଡାକ୍ତରୀ ପେସା ହେଉଛି ସେବାର ଏକ ସଂକଳ୍ପ। ସେବା ପ୍ରତି ନିଷ୍ଠା ଏବଂ ସମାଜ ପାଇଁ ପ୍ରତିବଦ୍ଧତା ନଥିଲେ ଜଣେ ଭଲ ଡାକ୍ତର ହୋଇପାରିବେ ନାହିଁ ।
ରାଷ୍ଟ୍ରପତି କହିଛନ୍ତି, ଯେକୌଣସି ସମାଜ ପାଇଁ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି କହିଛନ୍ତି ଯେ, ଚିକିତ୍ସା ବିଜ୍ଞାନର ଅଗ୍ରଗତି ସହିତ, ଆମେ ମୂଲ୍ୟବାନ ଜୀବନରକ୍ଷାରେ ସକ୍ଷମ ହୋଇପାରିଛୁ । ଗବେଷଣା ଉପରେ ଧ୍ୟାନ ଦେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ପୁରୁଣା ଔଷଧ ପାଇଁ ସୁପାରିସ କରିବା ସହିତ ନୂଆ ଔଷଧ ବିକଶିତ କରିବା ମଧ୍ୟ ଜରୁରୀ । ସେ ଆହୁରି କହିଛନ୍ତି ଯେ, ଗବେଷଣା ଭାରତୀୟ ଚିକିତ୍ସା ବିଜ୍ଞାନୀମାନଙ୍କୁ ଏକ ନୂଆ ପରିଚୟ ଦେବ ।

ଛୋଟ ଯାତ୍ରୀ ଡାକ୍ତରଖାନାରୁ ଆରମ୍ଭ ହୋଇ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ପରିଣତ ହେବା ନେଇ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହି ଡାକ୍ତରଖାନା କେବଳ ଓଡ଼ିଶାବାସୀଙ୍କୁ ନୁହେଁ ବରଂ ପୂର୍ବ ଭାରତର ଅନ୍ୟ ରାଜ୍ୟରୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । ସେ କହିଛନ୍ତି ଯେ, ଏହି ଡାକ୍ତରୀ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀ ସେମାନଙ୍କ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିବା ସହିତ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ବିଭିନ୍ନ ଭାଗରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଦେଶ ପାଇଁ ଗୌରବ ଆଣିପାରିଛନ୍ତି । ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଆଗକୁ ମଧ୍ୟ ମାନବତାର ସେବା ଜାରି ରଖିବା ସହିତ ରାଷ୍ଟ୍ରର ଗୌରବ ବଢ଼ାଇବାରେ ସକ୍ଷମ ହୋଇପାରିବେ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.