pr

ବିଭିନ୍ନ ଦାବୀରେ କନ୍ଧମାଳ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ : ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

dr. purohit

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲାରେ କାର୍ୟ୍ୟରତ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିବା ସହିତ ଏନେଇ ଏକ ଦାବୀପତ୍ର କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଗତ ଦିନରେ ବୌଦ୍ଧ ଜିଲା ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କାର୍ୟ୍ୟରତ ସମୟରେ ବିନା କାରଣରେ ଜଣେ ଅସାମାଜିକ ବ୍ୟକ୍ତିଙ୍କ ରୋଷର ଶୀକାର ହେବା ଘଟଣାକୁ କନ୍ଧମାଳ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ସଂଘ ଘୋର ନିନ୍ଦା କରିବା ସହିତ କାର୍ୟ୍ୟରତ ପ୍ରାଣୀ ଚିକିତ୍ସାଧିକାରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା, ଅଧିକ ସଂଖ୍ୟାରେ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ନିୟୋଜିତ କରିବା ସହିତ ମେଡ଼ିକାଲ୍ ଅଧିକାରୀଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ନିୟମ ପ୍ରାଣୀ ଚିକିତ୍ସକଙ୍କ ସୁରକ୍ଷା ଦିଗରେ ମଧ୍ୟ ଲାଗୁ କରିବା ପାଇଁ ଦାବୀ କରିଛି କନ୍ଧମାଳ ପ୍ରାଣୀ ଚିକିତ୍ସକ ସଂଘ । ସେହିଭଳି ମେଡ଼ିକାଲ୍ ଅଧିକାରୀଙ୍କ ସହ ସମାନତା ରଖା କରି ଦରମା, କ୍ୟାରିୟର୍ ପ୍ରୋଗ୍ରେସନ୍ ଆଦି ମଧ୍ୟ ଦାବୀ କରାଯାଇଛି । ସୁରକ୍ଷା ଦିଗରେ ସରକାର ଗୁରୁତ୍ୱର ସହିତ ଗ୍ରହଣ ନ କରିଲେ ପୂର୍ବପରି ସେବା ପ୍ରଦାନ କରିବା ସଂଘ ପକ୍ଷରୁ ସମ୍ଭବ ନୁହେଁ ବୋଲି ମଧ୍ୟ ଦର୍ଶାଇ ଦିଆଯାଇଛି । କନ୍ଧମାଳ ଜିଲା ସଭାପତି ଡ଼.ମନୋଜ ସାହୁଙ୍କ ସମେତ ଜିଲା ସଂଯୋଜକ ଡ଼.ରଂଜିତ୍ ସାମନ୍ତରାୟ, ମହିଳା ସେଲ୍ ସଂଯୋଜିକା ଡ଼.ଅଳକା ପଟନାୟକ, ସିଡ଼ିଭିଓ ଦାୟିତ୍ୱରେ ଥିବା ଡ଼.ରଂଜନ ସାହୁ ,ଏ.ଡ଼ି.ଭି.ଓ ଡ଼. ସନ୍ତୋଷ ପଟ୍ଟନାୟକ ,ଫାର୍ମା ପରିଚାଳକ ଡ଼.ପି.କେ.ମହାଲିକ୍ ଓ ଅନ୍ୟମାନଙ୍କ ଉପସ୍ଥିତିରେ କନ୍ଧମାଳ ଜିଲାପାଳଙ୍କୁ ଏହି ଦାବୀପତ୍ର ପ୍ରଦାନ କରାଯାଇଛି।

nrusinghnath
Leave A Reply

Your email address will not be published.