jayashree

ବଲାଙ୍ଗିର ଜିଳ୍ଲାପାଳଙ୍କ ଦେଓଗାଁ ହାଇସ୍କୁଲ ପରିଦର୍ଶନ : ୫ଟି ଯୋଜନାରେ କରାଯାଇଥିବା ଶିକ୍ଷା ବ୍ୟବସ୍ଥାକୁ କଲେ ତଦାରଖ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସାଢ଼େ ୧୦ଟା ସମୟରେ ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରାଣା ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ ପରିଦର୍ଶନରେ ଆସି ସ୍ଥାନୀୟ ପ୍ରଧାନ ଶିକ୍ଷକ ଲୋକେଶ୍ୱର ପଧାନ ଓ ସହକାରୀ ଶିକ୍ଷକ ବିଭୂତୀ ଭୂଷଣ ବେହେରା, ଚୈତନ୍ୟ ସାହୁ, ବଳଦେବ ମାଝୀ ଶିକ୍ଷାପ୍ରେମୀଙ୍କ ଶିକ୍ଷାର ବିକାଶ, ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷାର ଆକୃ‌ଷ୍ଟ କରିବା, ସ୍କୁଲ ପରିସରକକୁ ସ୍ୱଚ୍ଛ ରଖିବା । ପାଇଖାନା ଓ ସୌଚାଳୟ ସଫା ସୁତାରା ରଖିବାକୁ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀମାନେ କିପରି ଅଧିକରୁ ଅଧିକ ଉପସ୍ଥାପନ ହୋଇପାରିବେ ସେଥିପ୍ରତି ଭିତ୍ତିଭୂମୀ ତିଆରି କରିବା ପାଇଁ ସବୁ ପ୍ରକାର ସରକାର ପ୍ରସ୍ତୁତ । ତେଣୁ ଏହି କ୍ଷେତ୍ରରେ ହାଇସ୍କୁଲରେ ଶିକ୍ଷା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଶ୍ରେଣୀ କୋଠା, ବସିବା ପାଇଁ ଆବଶ୍ୟକ ଆସବା ପତ୍ର ଉପରେ ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ । ଉନ୍ନତମା‌ନର ଶ୍ରେଣୀ କଠୋରୀରେ କମ୍ପ୍ୟୁଟର ଶିକ୍ଷାଦାନ, ଛାତ୍ରଛାତ୍ରୀମାନେ ଖେଳିବା ପାଇଁ ସ୍କୁଲ ପରିସରରେ ପଡ଼ିଆ ପ୍ରସ୍ତୁତ କରିବା ପାଇଁ କହିଥିଲେ । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଶିକ୍ଷାଦାନ ପାଇଁ ଦେଓଗାଁ ବ୍ଳକର ୨୬ଟି ହାଇସ୍କୁଲ ମଧ୍ୟରୁ ଦେଓଗାଁ ହାଇସ୍କୁଲକୁ ଚୟନ କରାଯାଇଛି । ଏହି ଯୋଜନାରେ ସ୍କୁଲର ସର୍ବଙ୍ଗୀନ ଭିତ୍ତିଭୂମୀ ଅର୍ଥାତ ସ୍ମାଟ କ୍ଲାସ, ଇଲାଇବ୍ରେରୀ, ଛାତ୍ରଛାତ୍ରୀମାନେ ଇଣ୍ଟନେଟରେ ଲାଇବ୍ରେରୀ ପଢ଼ିବାର ସୁଯୋଗ ପାଇବେ । ଲେବ୍ରୋଟରୀ ସହ ଲ୍ୟାବ ମଧ୍ୟ ରହିବ । ଇନଡୋର ଓ ଆଉଟ ଡୋର ଗେମ, ସ୍କୁଲକୁ ସୁନ୍ଦର କରାଯିବ । କାନ୍ଥରେ ଚିତ୍ର, ସୁନ୍ଦର ମୁଖ୍ୟ ଫାଟକ ରହିବ । ସୁନ୍ଦର ଫ୍ଲାକ ପୋଷ୍ଟ ଓ ବଗିଚା କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ଏଥି ପାଇଁ ସ୍କୁଲକୁ ୧୦ ଲକ୍ଷଟଙ୍କା ଜିଳ୍ଲାପରିଷଦ ପାଣ୍ଠି ସହ ୫୫ଲକ୍ଷ ଟଙ୍କା ଅନୁଦାନ ଆସିଥିବା ଜଣାପଡ଼ିଛି । ଏହି ତଦାରଖ ସମୟରେ ଜିଳ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଦେଓଗାଁ ବିଡିଓ ମୁରଳୀଧର ନାଏକ, ସିନିୟର ଟିସି ଭୂବନାନନ୍ଦ ହେତା, ସହକାରୀ ଯନ୍ତ୍ରୀ ମୋହନ ମହାଲଙ୍ଗ, ବ୍ଳକ ଟିସି ମାନସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.