oom

ଛତାମଖନା ଠାରେ ଯୁଧିଷ୍ଟିର ମିଶ୍ରଙ୍କ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ ନରସିଂହ ସେନା ଗ୍ରାମ୍ୟ ପରି·ଳନା କମିଟି ଦ୍ୱାରା ସମାଜିକ ଦୂରତା ଓ ସରକାରୀ କୋଭିଡ୍ ଗାଇଡ ଲାଇନକୁ ମାନି ସ୍ୱାଧିନତା ସଂଗ୍ରାମୀ, ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ, ଶିକ୍ଷା ସଂଗଠକ, ଆଇନଜୀବୀ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ୟ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରି ଯୁଧିଷ୍ଠିର ମିଶ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । କମିଟିର ସଭାପତି ତଥା ମୁଖ୍ୟ ଅତିଥି ଯୁବନେତା ସମାଜସେବୀ ଶୁଭ୍ରାଂଶୁ ପଣ୍ଡା ନିଜ ଉଦ୍ବୋଧନରେ ଶ୍ରୀ ମିଶ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଛତାମଖନା ଭଳି ଛୋଟ ଗାଁ ରୁ ଯାଇ ନିଜ ପ୍ରଚେଷ୍ଠା ବଳରେ ଜଣେ ଖ୍ୟାତନାମା ଆଇନଜୀବୀ, ସ୍ୱାଧୀନତା ସଂଗ୍ରାମରେ ପାଟଣାଗଡଜାତ ର ରାଜତନ୍ତ୍ର ବିରୋଧ ରେ ନିର୍ଣ୍ଣାୟକ ଲଢେଇ ର ନେତୃତ୍ୱ, ସମ୍ବିଧାନ ସଭାର ସଭ୍ୟ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର କୁଳପତି ଆସନ ମଣ୍ଡନ କରିବା ସହିତ ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ପଦାଙ୍କ ଅନୁସରଣ କଲେ ଆମ ଅଂଚଳ ବିକଶିତ, ସଭ୍ୟ, ଶିକ୍ଷିତ ହୋଇପାରିବ ବୋଲି ମତ ପ୍ରକାଶ କଲେ । ପ୍ରାରମ୍ଭ ରେ ସ୍ୱାଗତ ଭାଷଣ, ଅତିଥି ପରିଚୟ ପୂର୍ବତନ ସରପଞ୍ଚ ସରୋଜ ମେଶ୍ୱା ଦେଇଥିଲା ବେଳେ ଧନ୍ୟବାଦ ମୁରଲୀ ମହାକୁର ଅର୍ପଣ କରିଥିଲେ । ସଭାରେ ଆଖପାଖ ଅଂଚଳର ବୁଦ୍ଧିଜିବୀମାନଙ୍କ ମଧ୍ୟରେ ବଳରାମ ମିଶ୍ର, ରାଧାକାନ୍ତ ମିଶ୍ର, ଶ୍ରୀହରି ମିଶ୍ର, କ୍ରିଷ୍ଣା ପ୍ରଧାନ, ପ୍ରମୋଦ ମିଶ୍ର, କାହ୍ନୁଚରଣ ତ୍ରିପାଠୀ, ବାସୁଦେବ ତ୍ରିପାଠି, ସୀତାରାମ ମିଶ୍ର, ନେପାଲ ଦାଶ, ଶୁଶିଲ ମିଶ୍ର, ନରେନ୍ଦ୍ର ମେଶ୍ୱା, ସୂର୍ୟ୍ୟକାନ୍ତ ବାଗ, ତ୍ରିନାଥ ବାଗ, ନିଳାମ୍ବର ଭୋଇ, ବିମଲ ପୁଟେଲ, ସୁନନ୍ତ ଭୋଇ, କାଳିଆ ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ । ପରେ ବଲାଙ୍ଗିରର ମାନ୍ୟବର ବିଧାୟକ ଭୂବନେଶ୍ୱରରୁ ଟେଲିଫୋନ ମାଧ୍ୟମରେ ଉପସ୍ଥିତ ଜନତାଙ୍କୁ ଆଗୁଆ ନୁଆଁଖାଇ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ପାଇଁ ସରକାରୀ ନିୟମକୁ ମାନି ଚଳିବାକୁ କହି ଗ୍ରାମର ଉନ୍ନତି ସକାଶେ କମିଟିର ପ୍ରୟାସକୁ ପ୍ରଶଂସା କରିଥିଲେ । ସଭା ଶେଷରେ ସମସ୍ତଙ୍କୁ ମାକ୍ସ ଏବଂ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.