ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁରେ ଥିବା ଡଃ ବିଆର ଆମ୍ବେଦକର ୱେଲଫେୟାର ଏସୋସିଏସନ୍ ପକ୍ଷରୁ ଆଜି ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଡଃ ଭୀମରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଖୁଜେନବାହାଲ ସ୍କୁଲର ଶିକ୍ଷକ ଧର୍ମେନ୍ଦ୍ର କଁଅର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ ଅଧ୍ୟକ୍ଷତାରେ ବେଳପଡା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଖରତ ବାଗ ଯୋଗ ଦେଇ ଏହି ଜୟନ୍ତୀଙ୍କୁ ଉଦ୍ଘାଟନ କରିଥିଲେ । ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ପ୍ରମୁଖ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ବିଶେଷ ଅତିଥି ଭାବେ ବଙ୍ଗୋମୁଣ୍ଡା ପ୍ରଭାତୀ ରଥ ମହିଳା ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ମାନସ କୁମାର ସାହୁ, ବଙ୍ଗୋମୁଣ୍ଡା ବ୍ଲକ ବାମସେଫ୍ ସଂଗଠନର ସାଧାରଣ ସମ୍ପାଦକ ଜିତାମିତ୍ର ବିଶି, ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଉପସଭାପତି ଧନେଶ୍ୱର ମାଝୀ, ସମ୍ମାନୀୟ ଅତିଥି ଭାବେ, ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସମ୍ପାଦକ ଡିଙ୍ଗର ଭୋଇ, ଯୁବ ସମାଜସେବୀ ସନ୍ତୋଷ ମେହେର, ବାମସେଫ୍ ପ୍ରଚାରକ ବୁଦ୍ଧଦେବ ଛୁରା, ମୁଖ୍ୟ ବକ୍ତା ଭାବେ କଣ୍ଟାବାଞ୍ଜି ଏମ୍ଏଲ୍ଏ ମହିଳା ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଜିତେନ୍ଦ୍ର ସୁନା, ସମ୍ମାନୀୟ ବକ୍ତା ଭାବେ ଶିକ୍ଷକ ମୋହନ ସୁନ୍ଦର ଭୋଇ, ବଲାଙ୍ଗିର ଜିଲ୍ଲା ବାମସେଫ୍ ସାଧାରଣ ସମ୍ପାଦକ ମନୋଜ କୁମାର ଭରାସଗ୍ରିଆ, ସମିତି ସଭ୍ୟ ହର ମେହେର ମାନସୀ ସତନାମୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏମ୍ ଫିଲ୍ ରିସର୍ଚ୍ଚ ସ୍କୋଲାର୍ ସତ୍ୟ ଭୋଇ ସ୍ୱାଗତ ପରିଚୟ ପ୍ରଦାନ କରିଥିବା ବେଳେ କଣ୍ଟାବାଞ୍ଜି କେଭି କଲେଜର ଇତିହାସ ଅଧ୍ୟାପକ ରୋହିତ କିଶୋର କୁମ୍ଭାର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏଥିରେ ବେଳପଡା ଡଃ ବିଆର ଆମ୍ବେଦକର ୱେଲଫେୟାର ଏସୋସିଏସନ୍ ସଭାପତି ଦୁୁର୍ବାସା ସୁନା, ସମ୍ପାଦକ କାର୍ତ୍ତିକ ତାଣ୍ଡି, ସଦସ୍ୟ ମକରଧ୍ୱର ସୁନା, ଚମରୁ ସୁନା, କେଶବ ଛୁରା, ଅଲେଖ ବାଗ, ଯୁଧିଷ୍ଠିର ସୁନା, ଲେଖଚନ୍ଦ୍ର ଛୁରା, ତୁଲାରାମ ଛତ୍ରିଆ, ବେଣୁଧର ସୁନା, ଡିଙ୍ଗର ତାଣ୍ଡି, କିଶୋର ସୁନା, ମହିନ୍ଦ୍ର ତାଣ୍ଡି, ଲୋକେଶ୍ୱର ସୁନା, ମାନସ ସୁନା, ନବୀନ ତାଣ୍ଡି, ବିଷମ ସୁନା, ସୁରଜ ସୁନା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଶେଷରେ ସମାଜସେବୀ ସନାତନ ଦୀପ ଧନ୍ୟବାଦ୍ ଅର୍ପଣ କରିଥିଲେ ।