p purohi

ରୋତ କଲେଜରେ ଏକଦିବସୀୟ ଜାତୀୟ ଆଲୋଚନାଚକ୍ର

dr. purohit

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ, ବଲାଙ୍ଗିରର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ “ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ” ଶୀର୍ଷକ ଏକ ଏକଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ମୁଖ୍ୟଅତିଥି, ଝାରଖଣ୍ଡ ପ୍ରଦେଶର କୋହ୍ଲାଣ ବିଶ୍ୱବିଦ୍ୟାଳୟ ଅଙ୍ଗୀଭୂତ ଏକକ, ବାହାରାଗୋଡା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସ୍ନାତକୋତ୍ତର ଓଡ଼ିଆ ବିଭାଗର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ବାଳକୃଷ୍ଣ ବେହେରା ଓ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ନୂଆପଡା, ଖଡିଆଳର ସହକାରୀ ପ୍ରଫେସର ଡକ୍ଟର ଲିଙ୍ଗରାଜ ସାହୁ ସମ୍ମାନୀତ ଅତିଥି ତଥା ବିଷୟ ବିଶେଷଜ୍ଞ ଭାବରେ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଡକ୍ଟର ସୋମନାଥ ପଧାନଙ୍କ ରଚନା ଓ ନିର୍ଦ୍ଦେଶନାରେ ଛାତ୍ରୀ ଝରଣା ସାହୁ, ନିଲିମା ନାଏକ, ସରସ୍ଵତୀ ମାଝୀ, ନନ୍ଦିତା ସାହୁ, ବବଲି ବାରିକ, କବିତା ସାହୁ ପ୍ରଭୃତି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହାପରେ ଛାତ୍ର ବିରେନ୍ଦ୍ର ପ୍ରତାପ ତ୍ରିପାଠୀ, ସତ୍ୟବ୍ରତ ଦୋରା, ଛାତ୍ରୀ ଦିବ୍ୟାନୀ ପଧାନ ଓ ପୁରାତନ ଛାତ୍ର ଗଣେଶ ମେହେର ପ୍ରଭୃତି ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏଥିରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆଲୋଚନାଚକ୍ରକୁ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବାମଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ସତ୍ୟ, ମନୋରଞ୍ଜନ, ହେମାକର, ପ୍ରବୀଣ, ମାନସ, ପୁରୁଷୋତ୍ତମ, ଝସକେତନ, ଦୀପକ, ସଞ୍ଜୀବ, ଗୌତମ, ଯଶୋବନ୍ତ, ରୁବି, ବର୍ଷା ପ୍ରଭୃତି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.