oom

ଜଙ୍ଗଲୀ ହାତୀଙ୍କ ଦୌରାତ୍ମ୍ୟ : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଂଚଳରେ ବ୍ୟାପକ ଫସଲହାନୀ

jsmm

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ଜଙ୍ଗଲୀ ହାତୀଙ୍କ ଦୌରାତ୍ମ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଂଚଳରେ ବ୍ୟାପକ ଫସଲହାନୀ ଘଟିଥିବାର ଦେଖାଦେଇଛି । ପ୍ରାୟ ୭ଦିନରୁ ଅଧିକ ହେବ ୨ଟି ଦଳରେ ୩୦ରୁ ଅଧିକ ବଣୁଆ ହାତୀ ଉଲୁଣ୍ଡା ରେଂଜର ଜଂଗଲ ପାଶ୍ୱର୍ବର୍ତ୍ତୀ ଗାଁମାନଙ୍କରେ ଉତ୍ପାତ କରି ଅମଳ ଅପେକ୍ଷାରେ ଥିବା ସ୍ୱଳ୍ପ ମିଆଦି ଧାନ ସହ କଂଚା ଧାନ କ୍ଷେତକୁ ଦଳାଚକଟା କରି ଖାଇ ଯାଉଥିବାର ଦେଖାଯାଉଛି । ବନାଂଚଳର ଗୁଜା ସୁଲିଆ,ଏସ୍ ପତ୍ରାପାଲି, ବେହେରାମାଲ, ପଣ୍ଡକିଟାଲ, ଝାରବାହାଲି, ବଡାଲି, ଜୟପୁର-ବିଷ୍ଣୁପୁର ସମେତ ତ୍ରିକୂଟ ପର୍ବତ ପାଦଦେଶରେ ଥିବା ଗାଁଗୁଡିକର ଏକର ଏକର ଧାନ ଫସଲ ଓ ପନିପରିବା ଖାଇବା ସହ ରାତିରେ ଗାଁମୁହାଁ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତ୍ରିକୂଟ ଓ ସିଂହାସନ ସଂରକ୍ଷିତ ଜଂଗଲରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ମହୁଲି ମଦର ପୋଚ ଖାଇବା ମୋହରେ ଏହି ବଣୁଆ ହାତୀମାନେ ଜାଗା ଛାଡୁନଥିବା ଜଣାପଡିଛି । ଜଂଗଲ ବିଭାଗର ନିଷ୍କ୍ରିୟତା ଯୋଗୁଁ ହାତୀଙ୍କ ଉପଦ୍ରବ ବଢି ବଢି ଚାଲିଛି ବୋଲି କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.