ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା : ପୀଡ଼ିତାଙ୍କ ଭାଇ କହିଲା, କ୍ଷେତରେ ଅଚେତ ଅବସ୍ଥାରେ ମିଳିଥିଲା ଭଉଣୀ

ଲଖ୍‌ନଉ : ହାଥ୍‌ରସ୍‌ ଗଣ ଦୁଷ୍କର୍ମ ପୀଡ଼ିତାଙ୍କ ଭାଇ ସେହି ସମୟର ଘଟଣା ସଂପର୍କରେ ବଖାଣିବାକୁ ଯାଇ କହିଛନ୍ତି ଯେ, ଭଉଣୀ କ୍ଷେତ୍ରରେ ଅଚେତ ଅବସ୍ଥାରେ ପଡ଼ିଥିଲା । ତାର ଜିଭ କାଟି ଦିଆଯାଇଥିଲା । ଗୁରୁତର ଭଉଣୀକୁ ସେ ବାଇକରେ ଥାନାକୁ ନେଇ ଯାଇଥିଲା । ସାଙ୍ଗରେ ମା’ ଓ ଭଉଣୀକୁ ମଧ୍ୟ ଥାନାକୁ ନେଇଥିଲା । ଭାଇ ଜଣକ ଏହା ବି କହିଛନ୍ତି ଯେ, ପୀଡ଼ିତା ଭଉଣୀଙ୍କୁ ଜୋର୍‌ ଜବର୍‌ଦସ୍ତ କ୍ଷେତକୁ ଟାଣି ନେଇ ତା’ ସହ ଅକଳନୀୟ ପାଶବିକ ଅତ୍ୟାଚାର କରିଛନ୍ତି ଅତ୍ୟାଚାରୀମାନେ । ତେବେ ଅଭିଯୁକ୍ତମାନଙ୍କ ପରିବାର ସହ ତାଙ୍କ ପରିବାରର ପୁରୁଣା ଶତ୍ରୁତା ରହିଥିଲେ ବି ଧୀରେ ଧୀରେ ଏହା ହାଲୁକା ହୋଇଯାଇଥିଲା । ଏତେ ବଡ଼ ଘଟଣା ଘଟେଇବେ ସେମାନେ ବୋଲି ଆମେ ଜାଣି ନଥିଲୁ ।

Leave A Reply

Your email address will not be published.