କଣ୍ଟାବାଞ୍ଜି : ବାଇକ୍-ପିକଅପ୍ ମୁହାମୁହିଁ ଧକ୍କା ହୋଇଛି । ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟରେ ଦୁର୍ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ ବଙ୍ଗୋମୁଣ୍ଡା ନୂତନ ପେଟ୍ରୋଲ ପମ୍ପ ନିକଟ ବୁଲାଣି ଠାରେ ଦୁର୍ଘଟଣା ଘଟିଛି । ବାଇକ୍-ପିକଅପ୍ ମୁହାମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଦନ୍ଦରା ଗ୍ରାମର ବିଜୟ ରାଜା ଠେଲା ବୋଲି ସୂଚନା ମିଳିଛି । ମୃତକ ଜଣକ ବଙ୍ଗୋମୁଣ୍ଡାରେ ରଙ୍ଗ ଖେଳି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।