oom

ବିଜୁ ଜନତା ଦଳ ତରଫରୁ ଜନ ସଚେତନତା ଅଭିଯାନ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେ‌ମ୍ବର ୨ ପର୍ୟ୍ୟନ୍ତ କରୋନା ମହାମାରୀକୁ ନେଇ ଚାଲିଥିବା ଜନସଚେତନତା ଅଭିଯାନରେ ବିଜୁ ଜନତା ଦଳ ତରଫରୁ ଗତ କାଲି ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ନିହାର ରଞ୍ଜନ ବେହେରାଙ୍‌ଙ୍କ ନେତୃତ୍ୱରେ ଲୋଇସିଂହାରେ ବସୁଥିବା ସପ୍ତାହିକ ବଜାର, ହୀରାପୁର, କନ୍ଦାଜୁରୀ ପଂଚାୟତର ବିଭିନ୍ନ ଗ୍ରାମରେ ଜନସଚେତନତା ସହିତ ମାସ୍କ ବଣ୍ଟନ କରାଯାଇଛି । ଶ୍ରୀ ବେହେରା ଏହି ଅବସରରେ କହିଛ‌ନ୍ତି ଯେ ସମସ୍ତଙ୍କୁ ଆମର ବିନମ୍ର ଅନୁରୋଧ, ଦୟାକରି ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ଓ ହାତକୁ ସଫା କରନ୍ତୁ । ଏଥିରେ ହୀରାପୁର ପଞ୍ଚାୟତର ସମିତି ସଭ୍ୟଙ୍କ ପ୍ରତିନିଧି କପୁର ଚାନ୍ଦ, ପିଙ୍କି ଯାଦବ, ସତ୍ୟଭାମା ସୁନ୍ଦରିଆ, ଟିପଲୁ କଦମ, ରଞ୍ଜନ ବେହେରା, ପ୍ରବୀଣ ମିଶ୍ର, ସରୋଜ ମହାକୁଡ଼, ମନୋଜ ହେର୍ଣ୍ଣା, ବିଜୁ ଯୁବ ବାହିନୀ ସଦସ୍ୟ ପ୍ରଭାସ ରାଉତ, ଅଜିତ ରାଉତ ପ୍ରମୁଖ ଓ ଅନ୍ୟାନ୍ୟ ବିଜୁ ଜନତା ଦଳର କର୍ମୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.