oom

ବନ୍ଧପଡା ସାପ୍ତାହିକ ବଜାରରେ ବିଜୁ ଜନତା ଦଳର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ମାକ୍ସ ଓ ସାନିଟାଇଜର ବଣ୍ଟନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଶନିବାର ଦିନ ଦୁଇଟି ସ୍ଥାନରେ କୋଭିଡ -୧୯କୁ ନେଇ ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ଧପଡା ସାପ୍ତାହିକ ବଜାରରେ ବ୍ଲକ ସଭାପତି ସୁଶୀଲ ଚାନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସଚେତନତା କାର୍ୟ୍ୟକ୍ରମରେ ଶିବ ବେହେରା, ରାମ ନାୟକ, ଜିତେନ୍ଦ୍ର ସ୍ୱାଇଁ, ମଧୁ ସୁଧନ ସିଂ ନିନା ଅତିଥି ଭାବେ ଯୋଗ ଦେଇ କରୋନା ଦାଉରୁ କିପରି ନିଜକୁ ରକ୍ଷା କରିବେ ସେ ଦିଗରେ ଲୋକଙ୍କୁ ସଚେତନ କରିଥିଲେ । ଏହି ପରିପେଧକ୍ଷୀର ବଜାରକୁ ଆସୁଥିବା ଲୋକଙ୍କୁ ବିଜେଡ଼ି ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ମିଶ୍ର, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ୟ୍ୟାମୀ ଭୋଇ, ବୁଦ୍ଧଦେବ ପରୁଆ, ଦୀପକ ବେହେରା, ଛତିଶ ଖେତୀ, ଅଚ୍ୟୁତ ମିଶ୍ର, ଗୋପାଳ ସିଂ ନିନା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.