p purohi

ଅଙ୍ଗନୱାଡି କର୍ମୀ ଘରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ସାମଗ୍ରୀ ସହ ସରକାରୀ ଆସବାବ ପତ୍ର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ରାତି ପ୍ରାୟ ୮ଟା ସମୟରେ ‌ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିବାରୁ ଦେଓଗାଁ ବ୍ଲକ ସାଲେପାଲି ଗାଁର ଅଙ୍ଗନୱାଡ଼ି କର୍ମୀ ଇଲାବତୀ ସାହୁଙ୍କ ଘରେ ଘରେ ଥିବା ସାମଗ୍ରୀ ସହ ଆସବାବ ପତ୍ର ଗୁଡ଼ିକ ଜଳି ପାଉଁଶ ହୋଇ ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଥିବା ଜଣାପଡ଼ିଛି । ଦେଓଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାଲେପାଲି ଗାଁର ଦିଲୀପ ସାହୁଙ୍କ ଘରେ ସୋମବାର ରାତି ପ୍ରାୟ ୮ଟା ସମୟରେ ଉପର ମହଳାରେ ସର୍ଟ ସାର୍କିଟ ଯୋଗୂଁ ନିଆଁ ଲାଗି ଯାଇଥିଲା । ହେଲେ ପରିବାର ଲୋକେ ତଳେ ଥିବାରୁ ଘଟଣା ବିଷୟରେ ଶୀଘ୍ର ଜାଣି ପାରିନଥିଲେ । ପରିବାର ଲୋକେ ଜାଣିବା ବେଳେ ଅଗ୍ନିକାଣ୍ଡ ଭୟାଭୟ ହେବା ସହ ସବୁକିଛି ଜଳି ପାଉଁଶ ହୋଇ ସାରିଥିଲା । ଗ୍ୟାସ ସିଲିଣ୍ଡର, ଫ୍ରିଜ୍‌, ଲୁଗାପଟା, ଧାନ ଚାଉଳ ସହ ଲୁଗାପଟାଗୁଡ଼ିକ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

nrusinghnath
Leave A Reply

Your email address will not be published.