ଅଗ୍ନିକାଣ୍ଡରେ ୬ଟି ପରିବାରର ୧୦ବଖରା ଜଳିଗଲା

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଶ୍ରୀପୁରୁଷତମପୁୁର ଗ୍ରାମ ପଚାଂୟତ ଚିତଳପୁର ଗ୍ରାମରେ ବୁଧବାର ଅଗ୍ନିକାଣ୍ଡ ଘଟି ୬ଟି ପରିବାର ୧୦ ବଖରା ଜଳିଗଲା । ବଳରାମ ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର, ପ୍ରବୀର ମହାପାତ୍ର, ରବିନ୍ଦ୍ର ମହାପାତ୍ର୍ରଙ୍କ ୨ବଖରା ଲେଖାଏଁ ଏବଂ ସୁଶାନ୍ତ ମହାପାତ୍ର, ବିଷ୍ଣୁପ୍ର୍ରିୟା ମହାପାତ୍ରଙ୍କର ୧ବଖରା ଲେଖାଏଁ ପୋଡିଯିବା ସହ ସର୍ବସ୍ୱାନ୍ତ ହୋଇଛନ୍ତି । ଘରର ଆସବାପତ୍ର, ଖାଦ୍ୟୟଶସ୍ୟ, ଲୁଗାପଟା, ବୈଦ୍ୟୁତିକ ସାମଗ୍ରୀ ଆଦି ଜଳି ଧ୍ୱସଂ ହୋଇଯାଇଛି । ଖବର ଡେଲାଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଁଆକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.