ଟ୍ରକ୍‌ ଚାପାରେ ଯୁବକଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ଏନ୍‌ଏଚ୍‌ ଅଫିସ୍‌ ସମ୍ମୁଖରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଗାନ୍ଧୀନଗରପଡ଼ାର ବିକାଶ ବଘାର(୧୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ଶହ ଶହ ଉତ୍ୟକ୍ତ ପୁରୁଷ ଓ ମହିଳା ରାସ୍ତା ଅବରୋଧ କରି ଟାୟାର୍‌ ଜାଳି ଅସନ୍ତୋଷ ପ୍ରକାଶ କରିବା ସହ କ୍ଷତିପୂରଣ ଦାବୀ କରୁଛନ୍ତି । କିଛି ଉତ୍ୟକ୍ତ ଲୋକେ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିବା ବେଳେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଟାଉନ୍‌ ପୋଲିସ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.