
ଭୁବନେଶ୍ୱର : ନନ୍ଦନକାନନ – ଭୁବନେଶ୍ଵର ରାସ୍ତାରେ ଏକ କାର୍ରୁ ୧ ଲକ୍ଷ ୫ ହଜାର ଟଙ୍କା ଜବତ କରାଯାଇଛି । କମିଶନରେଟ୍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ସନ୍ଧ୍ୟା ସାଢ଼େ ୫ଟାବେଳେ ଏସ୍ଏସ୍ଟିର ୨ଟି ଟିମ୍ ଓ ପୁଲିସ ପକ୍ଷରୁ ନନ୍ଦନକାନନ ଭୁବନେଶ୍ଵର ରାସ୍ତାର ଡ୍ରିମ୍ ସିଟି ନିକଟରେ ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ ଧଳା ରଙ୍ଗର କ୍ରେଟା କାର୍କୁ ଅଟକାଇ ଯାଞ୍ଚ କରିବା ସମୟରେ କାର୍ ଭିତରୁ ୧ ଲକ୍ଷ ୫ ହଜାର ଟଙ୍କା ମିଳିଥିଲା । ପଚରାଉଚରା ବେଳେ ସଂପୃକ୍ତ ଗାଡ଼ିର ମାଲିକ ତଥା ଡ୍ରାଇଭର୍ ସନ୍ଦୀପ ରାୟଗୁରୁ ଉକ୍ତ ଟଙ୍କା ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବାରେ ଅସମର୍ଥ ପ୍ରକାଶ କରିଥିଲେ । ଫଳରେ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରାଯାଇଥିଲା ।