ଯବାନଙ୍କ ଉପରେ ମାଓବାଦୀଙ୍କ ରକେଟ୍‌ ମାଡ଼

ନାରାୟଣପୁର : ଯବାନଙ୍କ ଶିବିର ଉପରେ ମାଓବାଦୀଙ୍କ ରକେଟ୍‌ ମାଡ଼ । ଛତିଶଗଡ଼ର ନାରାୟଣପୁରରୁ ଆସିଛି ଏଭଳି ସାଂଘାତିକ ଚିତ୍ର । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଇରକଭଟ୍ଟି ଶିବିର ଉପରେ ମାଓବାଦୀମାନେ ଲଗାତାର ଭାବେ ୟୁବିଜିଏଲ୍‌ ଫାୟର କରୁଥିବା ଦେଖିବାକୁ ମିଳିଛି । ମାଓବାଦୀମାନେ ଦେଶୀ ୟୁବିଜିଏଲ ଫାୟାର୍ କରୁଛନ୍ତି, ଠିକ୍ ସେତିକି ବେଳେ ଜଣେ ଯବାନ ଦୌଡ଼ି ଯାଉଥିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ମାଓବାଦୀଙ୍କ ଆକ୍ରମଣକୁ ପ୍ରତିହତ କରି ଲାଲବାହିନୀକୁ ଯବାନମାନେ ଘଉଡ଼ାଇବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.