ls

୪ ଟନ୍ ଅଦରକାରୀ ଲୁହାରେ ୩୦ ଫୁଟର ଭାରତ ମାନଚିତ୍ର ତିଆରି କଲେ ଆଇଟିଆଇ ବିଦ୍ୟାର୍ଥୀ

sb

ବ୍ରହ୍ମପୁର : ପୁଣିଥରେ ବ୍ରହ୍ମପୁର ସରକାରୀ ଆଇଟିଆଇର ବିଦ୍ୟାର୍ଥୀମାନେ କମାଲ୍ କରି ଅଦରକାରୀ ସାମଗ୍ରୀରେ ଏକ ବିଶାଳ ମାନଚିତ୍ର ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃତ୍ ସ୍କ୍ରିପ୍ ପାର୍କରେ ଅଦରକାରୀ ୪ ଟନ୍ ଲୁହାରେ ୩୦ ଫୁଟ ଉଚ୍ଚତାର ଏକ ଭାରତ ମାନଚିତ୍ର ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀମାନେ । ଏହା ସହ ନିକଟରେ ଲୁହାରେ ନିର୍ମିତ ହୋଇଥିବା ମୟୂର ଏବଂ କଲମ ମଧ୍ୟ ଲୋକାର୍ପିତ କରାଯାଇଛି । ମୁଖ୍ୟଅତିଥି ରୂପେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗଦେଇ ଏହାକୁ ଲୋକାର୍ପିତ କରିବେଳେ ବିଭାଗୀୟ ମୁଖ୍ୟ ସଂଜୟ ସିଂ, ଗଂଜାମ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ, ଆଇଟିଆଇର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଆଦି ମଂଚାସୀନ ରହିଥିଲେ । ମାନଚିତ୍ର ସହ ଆଇଟିଆଇ ନିକଟରେ ଥିବା ଲେଡ଼ିଜ୍ ହଷ୍ଟେଲ୍‌‌ ମଧ୍ୟ ଉଦ୍‌ଘାଟିତ ହୋଇଛି ।
ଭାରତରେ ବ୍ରହ୍ମପୁର ସରକାରୀ ଆଇଟିଆଇ ଆଗକୁ ୧ ନମ୍ବର ହେବା ସହ ଆର ଜନ୍ମରେ ମୁଁ ରଜତ ପାଣିଗ୍ରାହୀଙ୍କ ଛାତ୍ର ହୋଇ ଯେଭଳି ଜନ୍ମ ହେବି ବୋଲି ମୁଖ୍ୟଅତିଥି ଶ୍ରୀ ବାଗ୍‌ଚୀ କହିଥିଲେ । ପୂର୍ବରୁ ମଧ୍ୟ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଦରକାରୀ ଲୁହାରେ ସୁଉଚ୍ଚ ଗିଟାର, ଝିଟିପିଟି, ରୋବଟ୍‌, ଆଇରନ୍ ମ୍ୟାନ ଭଳି କଳାକୃତି ନିର୍ମାଣ କରି ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ନାମ ଲେଖାଇଛନ୍ତି ।

pc pk
Leave A Reply

Your email address will not be published.