oum

ପୁରୀର ୬ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା

jsm

ପୁରୀ : ପୁରୀ ଜିଲ୍ଲାର ୬ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା ମିଳିଛି । ନିକଟରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ତନ୍ମଧ୍ୟରେ ଦୋଳବେଦୀ କୋଣ, ସ୍ୱର୍ଗ ଦ୍ୱାର, ଚନ୍ଦନ ହଜୁରୀ, କମଳା ଦେବୀ ମାତୃ ମଙ୍ଗଳ ସ୍ୱାସ୍ଥ୍ୟ କେନ୍ଦ୍ର, ନିମାପଡା ଓ ଚାରୀ ଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ମାନ୍ୟତା ମିଳିଛି । ଉନ୍ନତ ସ୍ୱାସ୍ଥ୍ୟ ସେବା, ଉପଲବ୍ଧ ସରଞ୍ଜାମ ପତ୍ର, ସହରାଞ୍ଚଳରେ ଥିବା ଗରିବ ଓ ବସ୍ତି ବାସିନ୍ଦା ମାନଙ୍କୁ ସ୍ୱାସ୍ଥ୍ୟ ସେବା, ନିଦାନ, ମାଗଣା ଔଷଧ, ଜନ୍ମ ନିୟନ୍ତ୍ରଣ, ମାତୃ ଓ ଶିଶୁ ମାନଙ୍କ ଚିକିତ୍ସା ସେବା, ଟିକା କରଣ ସୁବିଧା ଆଦି ବିଭିନ୍ନ ଚିକିତ୍ସା ସେବା ସୁବିଧା ଉପଲବ୍ଧ ଥିବାରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ତେବେ ଏହି ମାନ୍ୟତା ମିଳିବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ନିଷ୍ଠାପର ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.