ହୀରାକୁଦ ଜଳଭଣ୍ଡାର, ଖୋଲିଲା ୧୮ଟି ଗେଟ

ସମ୍ବଲପୁର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ଧ କର୍ତ୍ତୃପକ୍ଷ ଆଉ ୧୮ଟି ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରିଛନ୍ତି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫. ୯୩ ଫୁଟ ରହିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୫ ହଜାର ୫୭୦ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୨ ଲକ୍ଷ ୨୯ ହଜାର ୭୬୫ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଉଛି । ୧୮ ଟି ଗେଟ ଖୋଲିବା ପରେ ଖଇରମାଲରେ ୪ ଲକ୍ଷ ୨୪ ହଜାର, ବରମୂଳ ଠାରେ ୪ ଲକ୍ଷ ୬୮ ହଜାର, ଓ ମୁଣ୍ଡଳୀ ନିକଟରେ ୩ ଲକ୍ଷ ୨୬ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ତଳମୁଣ୍ଡରେ ବନ୍ୟା ଆଶଙ୍କା ଥିବାରୁ ସଂପୃକ୍ତ ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.

one + seventeen =