କଳାମଣ୍ଡଳ ପଡିଆରେ ଆଂଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଳାମଣ୍ଡଳ ପଡିଆ ଠାରେ ଆଂଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ ହୋଇଯାଇଛି । ଆଜି ଠାରୁ ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ୫ ଦିନ କାଳ ହେବାକୁ ଥିବା ଏହି ମେଳାରେ ବଲାଙ୍ଗିର ଓ ଆଖପାଖ ଅଂଚଳର ବିଭୀନ୍ନ ବୈଦ୍ୟ ଯୋଗଦାନ କରି ବିଭୀନ୍ନ ରୋଗର ଉପସମ ପାଇଁ ଆୟୁର୍ବେଦିକ ତଥା ପାରମ୍ପାରିକ ଔଷଧ ବିକ୍ରୟ ତଥା ଏହାର ଉପେଯାଗ ବିଧି ସମ୍ପର୍କରେ ଦର୍ଶକଙ୍କୁ ଜ୍ଞାନପ୍ରଦାନ କରିବେ । ରାଜ୍ୟ ଫରେଷ୍ଟ ଓ ଏନଭାରମେନ୍ଟ ବିଭାଗ ଓ ବଲାଙ୍ଗିର ବନଖଣ୍ଡ ଅନୁକୁଲ୍ୟରେ ଆୟୋଜିତ ଏହି ମେଳାକୁ ଆଜି ସଂନ୍ଧ୍ୟାରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର ଶତପଥି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । ବାଲାଙ୍ଗିର ଆୟୁର୍ବେଦିକ କଲେଜର ଉପାଧକ୍ଷ୍ୟ ଡା. ପଣ୍ଡା, ଏସିଏଫ ଅଜିତ ବିଶି, ଗନ୍ଧମାର୍ଧନ ସମିତିର ସଭାପତି ବିଭୂତି ଭୂଷଣ ସାହୁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ପରେ ପରେ ବିଭୀନ୍ନ ଅନୁଷ୍ଠାନ ତରଫରୁ ରଙ୍ଗାରଙ୍ଗ କାଯ୍ୟକ୍ରମ ଅନୁଷ୍ଠିତ ହୋଥିଲା । ପ୍ରଥମ ଦିନରେ ୩୦ ରୁ ଅଧିକ ଷ୍ଟଲ ଖୋଲାଯାଇଥିବା ବେଳେ ବନଖଣ୍ଡ କର୍ମଚାରୀମାନଙ୍କ ସହିତ ଶତାଧିକ ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା । ଦିର୍ଘ ନଅ ବର୍ଷ ପରେ ଆମ ସହର ବଲାଙ୍ଗିରରେ ଏହି ମେଳା ପୁଣୀ ଆରମ୍ଭ ହୋଇଛି । ଯେଉଁ ଥିରେ ଅନେକ ଗୁଣୀ ବଇଦ ଭାଗ ନେଇଛନ୍ତି । ସେମାନଙ୍କ ଜ୍ଞାନ କୌଶଳ ଜନସାଧାରଣଙ୍କ ପାଇଁ ନିଶ୍ଚୟ ଲାଭପ୍ରଦ ହେବା ସହିତ ଅଂଚଳରେ ପାମ୍ପାରିକ ଔଷଧ ଏହାର ଉପକାରିତା ଲୋକେ ବେସ ଅନୁଭବ କରିପାରିବେ । ଆହୁରି ବଇଦମାନେ ତାଙ୍କର ଜ୍ଞାନ କୌଶଳ ଲୋକଙ୍କୁ ଦେବା ସହିତ ଲୋକେ ମଧ୍ୟ ବିଭିନ୍ନ ରୋଗରେ ପାରମ୍ପାରିକ ଔଷଧର ଭୂମିକା ବୁଝି ଉପକୃତ ହେବେ ବୋଲି ମୁଖ୍ୟ ଅତିଥି ଶ୍ରୀ ଶତପଥି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ।

Leave A Reply

Your email address will not be published.