ଦେଓଗାଁ ସୁନା ବ୍ୟବସାୟୀ ହତ୍ୟା ମାମଲା : ଏଯାଏଁ ଧରାପଡିନାହିିଁ ହତ୍ୟାକାରୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ତା୫।୧୧।୨୦୨୦ରିଖ ଶୁକ୍ରବାର ଦିନ ସକାଳ ସାଢ଼େ ୮ଟା ସମୟରେ ତାଙ୍କ ମା’କୁ ପାଟଣାଗଡ଼ ଯାଉଥିବା କହି ଯାଇଥିଲେ । ସେହି ଦିନ ସନ୍ଧ୍ୟା ସୁଦ୍ଧା ଆସି ନ ଥିବାରୁ ପରିବାର ଲୋକେ ସନ୍ଦେହରେ ରହିଥିଲେ । ଖୋଜା ଖୋଜି କରିବା ପରେ କୌଣସି ପତ୍ତା ନ ମିଳିବାରୁ ନିଖୋଜ ଥିବା ନେଇ ଦେଓଗାଁ ଥାନାରେ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ । ୯ତାରିଖ ସନ୍ଧ୍ୟାରେ ନିଖୋଜ ଗଜାନନର ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶୀର ରଣା ଅପହରଣ କରିଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ । ହେଲେ ୧୭ଦିନ ପରେ ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅଧିନସ୍ତ ଚିପାକାନୀ ଜଙ୍ଗଲରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଶବକୁ ପରିବାର ଲୋକେ ଚିହ୍ନଟ ପରେ ହସ୍ତାନ୍ତର କରାଯାଇଥିଲା । ସୁନା ବେପାରୀ ନିଖୋଜ ଘଟଣାରେ ଗୁପ୍ତଧନ କାରବାର ହୋଇଥିବା ସେହି ସମୟରେ ଅଞ୍ଚଳରେ ଚର୍ଚା ହୋଇଥିଲା । ସେହିପରି ବବୁଲୁ ବଗର୍ତ୍ତୀଙ୍କ ମାମଲାର ତଦନ୍ତ ମଧ୍ୟ ଅଧାପନ୍ତରିଆ ହୋଇପଡିରହିଛି । ସଂପୃକ୍ତ ଘଟଣାର ହତ୍ୟାକାରୀଙ୍କୁ ଗିରଫ କରାଯିବା ପାଇଁ ଅଞ୍ଚଳରେ ଦାବୀ ହେଉଛି ।

Leave A Reply

Your email address will not be published.