oum

ହାତୀ ଉପଦ୍ରବ : ଗୋଟିଏ ଦିନରେ ୪ ଜଣ ନିରୀହଙ୍କ ଜୀବନ ହାନୀ

jsm

ଆଗଲପୁର, (କେପିଏନ୍‌ଏସ୍‌) : ଦିନକୁ ଦିନ ହାତୀ ଉପଦ୍ରବରେ ନିରୀହଙ୍କ ମୁଣ୍ଡ ଗଡି ଚାଲିଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ୪ ନିରୀହଙ୍କ ମୁଣ୍ଡ ଗଡିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର ସକାଳ ୫ ଟାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତର ଦର୍ଲିପାଲି ଗ୍ରାମର ବିରଞ୍ଚି ସାହୁ(୫୫) ନାମକ ଜଣେ ବ୍ୟକ୍ତି ତାଙ୍କ କ୍ଷେତକୁ ଯାଇଥିଲେ । ଠିକ୍‌ ସେତେବେଳେ ହାତୀ ହାବୁଡାରେ ପଡି ପ୍ରାଣ ହରାଇଥିବା ବେଳେ ବରଗଡ ଜିଲ୍ଲା ଗାଇସିଲାଟ୍‌ ବ୍ଲକରେ ମଧ୍ୟ ହାତୀ ଆକ୍ରମଣରେ ୩ ଜଣ ପ୍ରାଣ ହରାଇଛନ୍ତି ବୋଲି ସୂଚନା ରହିଛି । ଗାଇସିଲାଟ ବ୍ଲକର ଉମ୍ରାଟ ଗ୍ରାମର ମାଲ ସେଠ୍‌ (୬୦) ଏବଂ ବିରଞ୍ଚି କୁମ୍ଭାର (୫୮) ହୋଇଥିବା ବେଳେ ନାଥପାଲିର ମଧ୍ୟ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଇଛି ।

Leave A Reply

Your email address will not be published.