om academy

ହାଥରସ ଗଣ ଦୁଷ୍କର୍ମ ଘଟଣା : ଯୋଗୀ ସରକାରଙ୍କ ଇସ୍ତାଫା ଦାବୀ କଲା ଲକ୍ଷେ ଘର ଗଣ୍ଡା ସମାଜ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ୟୁପି ସରକାରର ଦଳିତ ମାରଣ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରକାଶ କରାଯାଇଛି । ସମାଜର ଶତାଧିକ ଯୁବକ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଏକତ୍ରୀତ ହୋଇ ହାଥରସରେ ଗଣ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଦଳିତ ମନୀଷା ଭଉଣୀଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବୀ କରିଛନ୍ତି । ୟୁପିର ଯୋଗୀ ସରକାର ବିଭିନ୍ନ ଆଳରେ ଏହି ବର୍ବର ଘଟଣା ଚାପି ଦେବା ପାଇଁ ଷଡଯନ୍ତ୍ର କରୁଥିବା ଜଣା ପଡୁଛି, ଯାହା ସଂପୂର୍ଣ ଭାବେ ସମ୍ବିଧାନ ବିରୋଧୀ । ତେଣୁ ଏହି ଘଠଣାରେ ମନୀଷା ଭଉଣୀଙ୍କୁ ନ୍ୟାୟ ଦେବା ତଥା ୟୁପିରେ ଗଣତନ୍ତ୍ର ପ୍ରତିଷ୍ଟା କରିବା ପାଇଁ ଯୋଗୀ ସରକାରଙ୍କ ଇସ୍ଥାଫା ଦାବୀ କରିବା ସହ ୟୁପିରେ ରାଷ୍ଟ୍ରପତି ଶାସନର ଦାବୀ କରିଛି ଳକ୍ଷେ ଘର ଗଣ୍ଡା ସମାଜ । ସମାଜ ତରଫରୁ ଏ ସଂକ୍ରାନ୍ତୀୟ ଏକ ଦାବୀ ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ୧୪ ତାରିଖରେ ଉତ୍ତର ପ୍ରଦେଶର ହାଥରସ୍ ଠାରେ ଜଣେ ଦଳିତ ଭଉଣୀଙ୍କ ଗଣ ଦୁଷ୍କର୍ମ ହୋଇଥିଲା । ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁବୁର୍ତ୍ତମାନେ ଅତି ବର୍ବରତାର ସହିତ ଉକ୍ତ ଦଳିତ ଭଉଣୀଙ୍‌ଙ୍କ ଜିଭ କାଟି ଦେବା ସହ ତାଙ୍କ ବେକ ଓ ମେରୁଦଣ୍ଡ ହାଡ ଭାଙ୍ଗି ଦେଇଥିଲେ । ଦୀର୍ଘ ୧୫ ଦିନ ମୃତ୍ୟୂ ସହିତ ସଂଘର୍ଷ କଲାପରେ ପୀଡ଼ିତା ଜଣକ ଗତ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପରେ ବି ଆସୁରିକ ପ୍ରବୁତ୍ତି ତାଙ୍କର ପିଛା ଛାଡି ନଥିଲା । ତାଙ୍କର ମୃତ ଦେହକୁ ନିୟମାନୁସାରେ ତାଙ୍କ ପରିବାର ବର୍ଗଙ୍କୁ ନଦେଇ ୟୁପି ପୋଲିସ ପ୍ରସାଶନ ପ୍ରମାଣ ନଷ୍ଟ କରିବା ପାଇଁ ରାତି ଅଧିଆ ମୃତ ଦେହକୁ ଜାଳି ଦେଇଥିଲା । ଏହି ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିବା ଉଦ୍ୟମରେ ୟୁପି ପୋଲିସ ଓ ପ୍ରଶାସନର ସଂପୃକ୍ତିକୁ ସର୍ବ ସମ୍ମୁଖକୁ ଆଣିଛି । ଏହି ଘଟଣାରେ ପ୍ରଶାସନର ଆଭିମୁଖ୍ୟ ଭାରତୀୟ ସମ୍ବିଧାନ ପରିପନ୍ଥୀ ଓ ସମ୍ବିଧାନ ବିରୋଧୀ । ଏଣୁ ସମିତି ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଯୋଗୀ ସରକାର ଇସ୍ତାଫା ତଥା ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଦାବୀ କରୁଛି ବୋଲି ଲକ୍ଷେ ଘର ଗଣ୍ଡା ସମାଜ ଉନ୍ନୟନ ସମିତି ପଶ୍ଚିମ ଓଡିଶାର ସଭାପତି ଓମ ପ୍ରକାଶ କୁମ୍ଭାର କହିଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମାଜ ତରଫରୁ ସତ୍ୟେନ୍ଦ୍ର ସୁନା, ଜ୍ୟୋତିଷ ମୁଗ୍ରି, ସତ୍ୟ ନାଗ, ଫନିନ୍ଦ୍ର କୁମ୍ଭାର, ବିଡୁ କୁମ୍ଭାର, ଚଲ ସୁନା, ମନବୋଧ ହରପାଲ, ସମ୍ପଦ ବାବୁ, ଜନତା ନାଗ, ଭକ୍ତ ସୁନା, ଜ୍ୟୋତି ନାଗ, ଶ୍ରୀଧର ବାରିକ, ପ୍ରହଲ୍ଲାଦ କୁମ୍ଭାର, ରିଙ୍କୁ କୁମ୍ବାର, ରାଜୁ ବାଗ, କାମ୍ବୁ ଜଗଦଲା, ଯୁଧିଷ୍ଟିର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.