om academy

କୋଡ଼ିଏ ଦିନର ସଂଗ୍ରାମ ପରେ ନବଜାତକ ହରେଇଲେ କରୋନାକୁ : ୧୦ଦିନ ଧରି ଭେଣ୍ଟିଲେଟରରେ ରହିଲେ

jsm

ମ.ରାମପୁର, (ହେମନ୍ତ ସାହୁ) : ଏବେ ବିଶ୍ୱମହାମାରୀ କରୋନା ନିଜ କବଳରେ ସମସ୍ତ ବୟସର ଲୋକଙ୍କୁ କାବୁ କରିନେଉଥିବା ବେଳେ ଅନେକେ ବୟସର ସାୟାହ୍ନରେ ବି କରୋନା ସହିତ ଯୁଦ୍ଧକରି ବିଜୟୀ ହେଉଥିବା ଦେଖାଯାଇଛି । ତେବେ ଜଣେ ନବଜାତକ, ତାହା ପୁଣି ଜନ୍ମର ମାତ୍ର ଦୁଇ ସପ୍ତାହ ପରେ କରୋନା ପଜିଟିଭଚିହ୍ନଟ ହେଇ ଜୀବନ ସହିତ ସଂଗ୍ରାମ କରିବା ଏବଂ କରୋନାକୁ ହରାଇବା ନିଶ୍ଚିତ ଭାବରେ ଏକ ଆଶ୍ୱାସନାର ବିଷୟ । ଗୁଡ଼ିଆ ଜନ୍ମର ମାତ୍ର ଦୁଇ ସପ୍ତାହ ପରେ ମାର୍ଚ୍ଚ ୨୨ ତାରିଖରେ କୋଭିଡ଼ ୧୯ରେ ଆକ୍ରାନ୍ତ ହେବାର ପରିଲକ୍ଷିତ ହେଇଥିଲେ । ଜନ୍ମର ମାତ୍ର ଗୋଟିଏ ମାସ ମଧ୍ୟରେ ତାକୁ ଭେଣ୍ଟିଲେଟରରେ ଦଶଦିନ ଓ ଆଉ ଦଶଦିନ ହସପିଟାଲରେ ରଖିବା ପରେ ଗତ ଗୁରୁବାର ଦିନ ସଂପୂର୍ଣ୍ଣ ସୁସ୍ଥ ହେବାରୁ ତାଙ୍କୁ ମେଡ଼ିକାଲରୁ ରିଲିଫ୍ କରାଯାଇଥିଲା ।
କଳାହାଣ୍ଡି ଜିଲ୍ଲା ମ.ରାମପୁର ବାସିନ୍ଦା ଅଙ୍କିତ ଅଗ୍ରୱାଲ(୩୨) ଓ ତାଙ୍କ ପତ୍ନୀ ପ୍ରୀତି(୨୯) ତାଙ୍କର ପ୍ରଥମ କନ୍ୟା ସନ୍ତାନ ରାୟପୁର ହସପିଟାଲରେ ଜନ୍ମ ହେଇଥିଲା । ହସପିଟାଲରୁ ଘରକୁ ଫେରିବାର କିଛି ଦିନ ମଧ୍ୟରେ ଗୁଡ଼ିଆକୁ ଜ୍ମର ହେଇଥିଲା ଓ ସେ ମାଁ କ୍ଷୀର ମଧ୍ୟ ଠିକ୍ ଭାବରେ ଖାଉନଥିଲା । ଯଦିଓ ଆମେ ଏଥିପାଇଁ ବ୍ୟସ୍ତ ନଥିଲୁ, ପରିବାର ଅନ୍ୟ ସଦସ୍ୟଙ୍କ ଜ୍ୱର ସହ କୋଭିଡ଼ ୧୯ର ଲକ୍ଷଣ ପ୍ରକାଶ ପାଉଥିବାରୁ ତାକୁ କୋଭିଡ଼ ପରୀକ୍ଷା କରିବାପାଇଁ ନେଇଥିଲୁ, ଯାହାର ଫଳ ପଜିଟିଭ ଆସିଥିଲା ବୋଲି ଅଙ୍କିତ କହିଛନ୍ତି । ଅଙ୍କିତ ଓ ଅଙ୍କିତଙ୍କ ବାପା ବିଶିଷ୍ଟ ବ୍ୟବସାୟୀ ରଜତ କୁମାର ଅଗ୍ରୱାଲ(୫୩) ବାପା ରଜତ ଅଗ୍ରୱାଲ ପରବର୍ତ୍ତୀ ସମୟରେ କରୋନାରେ ମୃତ୍ୟୁ ବରଣ କରିଥିଲେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅଙ୍କିତ ଙ୍କ ପତ୍ନୀ ଏବଂ ଭଉଣୀ ଘରେରହି ଔଷଧ ଖାଉଥିଲେ । ହେଲେ ପରବର୍ତ୍ତୀ ସମୟରେ ଗୁଡ଼ିଆ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ପରିଲକ୍ଷିତ ହେବାରୁ ଡ଼ାକ୍ତରଙ୍କର ପରାମର୍ଶ କ୍ରମେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଡ଼ାକ୍ତର ଅର୍ଜିତ ମହାପାତ୍ର(ନବଜାତକ ବିଶେଷଜ୍ଞ) ଯିଏ ଗୁଡ଼ିଆକୁ ଚିକିତ୍ସା କରୁଥିଲେ, ସିଏ କହିଛନ୍ତି, ଯେତେବେଳେ ନବଜା୍‌ତକକୁ ମେଡ଼ିକାଲକୁ ଅଣାଗଲା, ତାର ଶ୍ୱାସପ୍ରଶ୍ୱାସ ନେବାରେ ଅନେକ ଅସୁବିଧା ଥିଲା ଏଣୁ ତାକୁ ବାଧ୍ୟ ହୋଇ ଭେଣ୍ଟିଲେଟରରେ ରଖାଯାଇଥିଲା । ତାକୁ ରେମବେସିଭିର ସହ ଅନ୍ୟ ଆଣ୍ଟିବାଇଟିକ ମଧ୍ୟ ଦିଆଯାଇଥିଲା ଏବଂ ଫଳାଫଳ ମଧ୍ୟ ଆଶାନୁରୂପ ହେଇଥିଲା । ଏତେ ଛୋଟ ବୟସରେ ଏହି ଆଶାନୁରୂପ ଫଳାଫଳକୁ ଡ଼ାକ୍ତର ଏକ ଆଶ୍ଚର୍ୟ୍ୟ ଜନକ ଘଟଣା ବୋଲି ମତ ପ୍ରକାଶ କରିଛନ୍ତି । ସେ ପୁଣି କହିଛନ୍ତି, ନବଜାତକ ଏବଂ ଶିଶୁମାନେ କୋଭିଡ଼ ଭାଇରାସରେ ସଂକ୍ରମିତ ହେବା ସେମିତିକିଛି ବିଶେଷ କଥା ନୁହେଁ । ଯେହେତୁ ସେମାନେ ବାପା ମାଁ ଏବଂ ଆତ୍ମୀୟଜନଙ୍କର ସଂପର୍କରେ ଆସୁଛନ୍ତି । ହେଲେ ଶିଘ୍ର ତାଙ୍କୁ ଜାଣିପାରିଲେ ଚିକିତ୍ସା କରିବାରେ ସୁବିଧା ହେବ । ଛୋଟ ଛୁଆଙ୍କ ଜ୍ୱରକୁ ଆଦୌ ଅବହେଳା କରିବା ଉଚିତ ନୁହଁ ବୋଲି ସେ ମତଦେଇଛନ୍ତି । ଅନ୍ୟଜଣେ ଶିଶୁ ବିଶେଷଜ୍ଞ ଡ଼ାକ୍ତର ଜିତେନ୍ଦ୍ର ପଣ୍ଡା କହିଛନ୍ତି, ଯଦିଓ ନବଜାତକ ଶିଶୁମାନଙ୍କ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ଅତି ନଗଣ୍ୟ ତଥାପି ଭବିଷ୍ୟତରେ ଶିଶୁମାନେ ଯେ ଆକ୍ରାନ୍ତ ନହେବେ, ଏହା କହିହେବ ନାହିଁ । ଏଣୁ ସରକାର ସନ୍ତ୍ୟପାନ କରାଉଥିବା ମାଁ ମାନଙ୍କୁ, ଗର୍ଭବତୀ ମହିଳାମାନଙ୍କୁ ଏବଂ ଶିଶୁମାନଙ୍କୁ ମଧ୍ୟ ଟୀକାକରଣ ବିଷୟରେ ଚିନ୍ତା କରିବା ଉଚିତ । ତେବେ ଅଙ୍କିତଙ୍କ ବାପା କରୋନାରେ ଆଖିବୁଜିଥିବାବେଳେ ନବଜାତକ କନ୍ୟା ଗୁଡ଼ିଆ କରୋନକୁ ହରାଇଛି । ଗୁଡ଼ିଆଙ୍କ ପାଇଁ ବିଭିନ୍ନ ମହଲରେ ଶୁଭକାମନାର ସୁଅ ଛୁଟୁଛି ।

Leave A Reply

Your email address will not be published.