ୱାର୍ଡ ସଭ୍ୟାଙ୍କ ଆକ୍ରମଣରେ ବୃଦ୍ଧା ଗୁରୁତର : ଥାନାରେ ମାମଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୱାର୍ଡ ସଭ୍ୟାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧା । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଧିନସ୍ଥ ବୁଢ଼ୀପଦର ପଂଚାୟତର ପିପିଲିପାଲି ଗାଁରେ । ପିପିଲିପାଲିର ୱାର୍ଡ ସଭ୍ୟା ସବ୍ୟ ମହାକୁଡ ବୟସ(୪୦) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ଗାଁର ଦହନ ଧରୁଆ ବୟସ (୬୦) ନାମ୍ନୀ ଜଣେ ବୃଦ୍ଧାଙ୍କୁ ଠେଙ୍ଗାରେ ମାଡ ମାରି ଲହୁଲୁହାଣ କରି ଦେଇଥିବା ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପୂର୍ବରୁ ମଧ୍ୟ ଏହି ସମିତି ସଭ୍ୟା ଜଣକ ଦହନ ଧରୁଆଙ୍କୁ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇସାରିଛି । ପୁଣି ମାଡ଼ ମାରିବା ଘଟଣାରେ ଦହନ ଧରୁଆଙ୍କ ପରିବାର ଲୋକେ ଲୋଇସିଂହା ଥାନାରେ ଏତଲା ଦେଇଛନ୍ତି । ଏ ପର୍ଯ୍ୟନ୍ତ ପୋଲିସ ୱାର୍ଡ ସଭ୍ୟାଙ୍କୁ ଗିରଫ କରିନଥିବା ସୂଚନା ମିଳିଛି । ଏପଟେ ଠେଙ୍ଗା ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ବୃଦ୍ଧା ଜଣକ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.