oom

ଗୁଡିଘାଟ ପଞ୍ଚାୟତ ଚାଷୀଙ୍କ ଲଘୁଚାପ ବର୍ଷାରେ ଧାନ ଫସଲ ନଷ୍ଟ ଯୋଗୁଁ ସରକାରୀ ସହାୟତା ପାଇଁ ରାଜସ୍ଵ ନିରୀକ୍ଷକଙ୍କୁ ଦାବୀପତ୍ର

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ଚାଷୀମାନଙ୍କ ପକ୍ଷରୁ ଲଘୁଚାପ ବର୍ଷାରେ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ମୁରିବାହାଲ ତହସିଲଦାରଙ୍କୁ ଗୁଡିଘାଟ ରାଜସ୍ଵ ନିରୀକ୍ଷକଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଚାଷୀମାନଙ୍କ ଦାବୀ ମୁତାବକ ଗତ ୦୬ ତାରିଖରୁ ୦୯ତାରିଖ ମଧ୍ୟରେ ହୋଇଥିବା ଲଘୁଚାପ ବର୍ଷା ପ୍ରଭାବରେ ଚାଷୀଙ୍କ ଅମଳ ହୋଇଥିବା ସମସ୍ତ ଧାନ ଫସଲ ନଷ୍ଟ ହୋଇଯାଇଛି । ଧାନଗୁଡ଼ିକ ଗଜା ହୋଇ ରଙ୍ଗ ମଧ୍ୟ ବଦଳି ଯାଇଛି । ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ ଉପଯୁକ୍ତ ତଦନ୍ତ କରି ପଞ୍ଚାୟତର ଚାଷୀଙ୍କୁ ସମ୍ପୂର୍ଣ୍ଣ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀମାନଙ୍କ ପକ୍ଷରୁ ଲିଖିତ ଅନୁରୋଧ କରାଯାଇଛି । ଦାବିପତ୍ରକୁ ଗ୍ରହଣ କରି ଗୁଡିଘାଟ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ତଥା ଅତିରିକ୍ତ ରାଜସ୍ୱ ନୀରିକ୍ଷକ ସୌମ୍ୟରଞ୍ଜନ ସାହୁ ଏହାକୁ ତହସିଲଦାରଙ୍କୁ ଜଣାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଦାବୀପତ୍ର ପ୍ରଦାନ ବେଳେ ପଞ୍ଚାୟତର ଚାଷୀ ମକୁନ୍ଦ ବଗର୍ତ୍ତି, ନବୀନ କୁମାର ରାଓ, ରବିଚନ୍ଦ୍ର ବିଶି, କୃତିବାସ ସିଂ ମାଝୀ, କୁଶଧ୍ୱଜ ବିଶି, ନିତେଇ ମାଝୀ, ପ୍ରଭାକର ସିଂ ମାଝୀ, ଉପିନ୍ଦ୍ର ଗହୀର, ଗୁପ୍ତେଶ୍ୱର ଦୀପ, ବିହାରୀ ଚନ୍ଦନ, ଇନ୍ଦ୍ରମଣି ବନଛୋର,ସନାତନ ଗହୀର, କାଶୀ ଗହୀର, ଲୁଚନ ଗହୀର, ଅଲେଖ ଗହୀର, ରଥ ପୁଟେଲ, ବିରଞ୍ଚି ବିଶି, ଭୁଲେଶ୍ୱର ସାହୁ, ବିଦ୍ୟା ସାହୁ, ରଘୁମଣି ପୋଢ଼, ରାମ ସାହୁ ଓ ଦେବରାଜ ବିଶି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.