ଗ୍ରାମୀଣ ଡାକସେବା କର୍ମଚାରୀଙ୍କ ଦଶ ଦଫା ଦାବୀ ପ୍ରତିଵାଦରେ ଅନିର୍ଦ୍ଧିଷ୍ଟକାଳ ଯାଏଁ ଡାକଘର ବନ୍ଦ ଓ ଧର୍ମଘଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବଭାରତୀୟ ସ୍ତରୀୟ ଗ୍ରାମୀଣ ଡାକସେବା କର୍ମଚାରୀଙ୍କ ଦଶଦଫା ଦାବୀ ପ୍ରତିଵାଦରେ ଅନିର୍ଦ୍ଧିଷ୍ଟକାଳ ଯାଏଁ ଡାକଘର ବନ୍ଦ ପାଳନ ସହ ଧର୍ମଘଟ କରିଛନ୍ତି । ଫଳତଃ ସାରା ଭାରତରେ ୧ଲକ୍ଷ ୬୦ହଜାର ଗ୍ରାମୀଣ ଡାକଘର ବନ୍ଦ ରହିଛି । ସର୍ବଭାରତୀୟ ସ୍ତରରେ ପ୍ରାୟତଃ ତିନିଲକ୍ଷ ନିୟୋଜିତ ଡାକସେବା କର୍ମଚାରୀ ସେମାନଙ୍କର ମାସିକ ପାରିଶ୍ରମିକ, ଗ୍ରାଚିୟୁଟ, ବନୋସ, ଟ୍ରେନିଂ ଭିତ୍ତିରେ ଟିଏ, ଡିଏ ଦେବା ବନ୍ଦୋବସ୍ତ କରିବା ସାଂଗକୁ ଅବସରପରେ ଗ୍ରାମୀଣ ଡାକସେବା କର୍ମଚାରୀଙ୍କୁ ପେନସନ ଦିଆଯିବା ନିମନ୍ତେ ଜିଡିଏସ୍‌ କର୍ମଚାରୀମାନେ ଦାବୀ କରିଛନ୍ତି । ସମସ୍ତ ଜିଲ୍ଲାର ଗ୍ରାମୀଣ ଡାକଘର ପୋଷ୍ଟ ମାଷ୍ଟେର ତଥା ବିପିଏମ୍ ଓ ଏବିପିଏମ୍ ମାନେ ବିଭିନ୍ନ ଜିଲ୍ଲାର ଡାକଘର ବନ୍ଦପାଳନ କରି ଧର୍ମଘଟ କରିଛନ୍ତି । ଗୁରୁବାର ପୂର୍ବାହ୍ନରୁ ବନ୍ଦ ପାଳନ ଓ ଧର୍ମଘଟ ଦିଆଯାଇଥିବା ନେଇ ଡାକଘର କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଠପ ହୋଇଯାଇଛି । ଫଳରେ ସାଧାରଣ ଲୋକମାନେ ନାହିଁ ନ ଥିବା ହଇରାଣ ହରକତ ହୋଇଛନ୍ତି । ବ୍ରହ୍ମପୁର ମଣ୍ଡଳ ଡାକସେବା କେନ୍ଦ୍ର ଏବଂ ଗଞ୍ଜାମ ଜିଲ୍ଲା ସଦରମହକୁମାସ୍ଥ ଛତ୍ରପୁର ମୁଖ୍ୟ ଡାକଘର କାର୍ଯ୍ୟାଳୟରେ ଏହି ବନ୍ଦପାଳନ ଓ ଧର୍ମଘଟ ନେଇ ଡାକଘର ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଦେଇଛି । ସର୍ଵଭାରତୀୟ ସ୍ତରୀୟ ଉପ-ସଭାପତି ଯୋଗେଶ ଚନ୍ଦ୍ର ସାହୁଙ୍କ ନେତ୍ତୃତ୍ୱରେ ଛତ୍ରପୁର ମୁଖ୍ୟ ଡାକଘର ସମ୍ମୁଖରେ ଧର୍ମଘଟ ଦିଆଯାଇଛି । ସର୍ବଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ବି.ଶ୍ରୀରାମମୂର୍ତ୍ତି ରେଡ୍ଡୀ, ପି.କୋର୍ମେୟା, ଡ଼ି. ବାବୁଲି ରେଡ୍ଡୀ, ମୁକେଶ ସେଠୀ, ପ୍ରକାଶ ଚନ୍ଦ୍ର ବେହେରା, ବର୍ଷାରାଣୀ ସେଠୀ, ପ୍ରିୟଦର୍ଶନୀ, ସ୍ୱପ୍ନା ସାହୁ ପ୍ରମୁଖ ଧର୍ମଘଟରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.