oum

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ

jsm

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ। ସେ ଗତକାଲି ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ, ଗତ କିଛିଦିନ ତଳେ କୋଣ୍ଟେଙ୍କ ବିରୋଧରେ ସଂସଦରେ ଆସ୍ଥା ଜିତିବାକୁ ପ୍ରସ୍ତାବ ଆସିଥିଲା । ସେ ସଂସଦରେ ଆସ୍ଥା ଭୋଟ ଜିତିଥିଲେ । ଏହାସହ ସରକାର ବଞ୍ଚେଇବାରେ ସଫଳ ହୋଇଥିଲେ । ଏବେ କିନ୍ତୁ ଦେଶର ରାଜନୀତିରେ ଝଡ ସ୍ରୁଷ୍ଟି ହୋଇଛି । ଆସ୍ଥା ଭୋଟର ୭ ଦିନ ପରେ କଣ୍ଟେ ଇସ୍ତଫା ପ୍ରଦାନ କରିଛନ୍ତି । ଇଟାଲି ସଂସଦରେ କଣ୍ଟେଙ୍କୁ ୧୪୦ଭୋଟ ମିଳିଥିଲା । ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ସିଲାବିୟୋ ବର୍ଲୁସ୍କୋନୀଙ୍କ ଦଳର ୨ ଅସନ୍ତୁଷ୍ଟ ସାଂସଦ କଣ୍ଟେଙ୍କୁ ସମର୍ଥନ କରିଥଲେ । ସୂଚନାଯୋଗ୍ୟ ଯେ, ୩୨୦ ଆସନ ଥିବା ସଂସଦରେ ସ୍ପଷ୍ଟ ବହୁମତ ପାଇଁ ୧୬୧ ସାଂସଦ ସମର୍ଥନ ଆବଶ୍ୟକ। ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫାପତ୍ର ଗ୍ରହଣ କରି ନେଇଛନ୍ତି । ଅନ୍ୟପଟେ କଣ୍ଟେଙ୍କ ସମର୍ଥକମାନେ ନୂତନ ସରକାର ଗଠନ ପାଇଁ ଏହାକୁ ଆଉ ଏକ ପ୍ରୟାସ ବୋଲି କହିଛନ୍ତି ।

Leave A Reply

Your email address will not be published.