ଗିରଫ ହେଲେ ୫ ଲୁଟେରା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ବଡ଼ ସଫଳତା । ୫ ଜଣ ଲୁଟେରାଙ୍କୁ ଧରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ । ଏମାନଙ୍କଠାରୁ ୯ଟି ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି, ୫ ଟି ମାଗାଜିନ, ଦୁଇଟି ଖଣ୍ଡା ଓ ତିନିଟି ବାଇକ ଜବତ କରିଛି ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଆଡିସନାଲ ଏସପି ଠାକୁର ପ୍ରସାଦ ପାତ୍ର । ବହୁ ଦିନ ଧରି ଖଲ୍ଲିକୋଟ ଅଞ୍ଚଳରେ ଚୋରି, ଡକାୟତି ଓ ରାହାଜନୀ ବଢିଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଥାନା ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ ଅଭିଯାନ ଆରମ୍ଭ କରିଥିଲା । ଗତକାଲି କୌଣସି ସୂତ୍ରରୁ ଖବର ପାଇ ସାନଘାଟି ନିକଟରେ ଡକାୟତି କରିବା ଉଦ୍ଦେଶ୍ୟରେ ଛକି ରହିଥିବା ୪ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏହା ସହ କୈରାଶି ସମିତିସଭ୍ୟା ଉଷାରାଣୀ ରାଉତଙ୍କ ସ୍ୱାମୀ ତଥା ବିଜେପି ନେତା ସନ୍ତୋଷ କୁମାର ରାଉତ ବେଆଇନ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସନ୍ତୋଷ ରାଜନୈତିକ ତିକ୍ତତା ଯୋଗୁଁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବନ୍ଧୁକ ରଖିଥିବା ସୂଚନା ଦେଇଛନ୍ତି ଆଡସିନାଲ ଏସପି ଠାକୁର ପ୍ରସାଦ ପାତ୍ର ।

Leave A Reply

Your email address will not be published.