pr

୭ ବର୍ଷ ପରେ ବି ସମ୍ପୂର୍ଣ୍ଣ ହୋଇନି ପତ୍ରାପାଲି(ଖ) ପଞ୍ଚାୟତ କାର୍ଯ୍ୟାଳୟ କୋଠା : ପଞ୍ଚାୟତବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ୪ଟି ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୋଠା ମଧ୍ୟରୁ ୩ଟି କାର୍ଯ୍ୟାଳୟ କୋଠା କାମ ଶେଷ ହୋଇ ବହୁ ଦିନରୁ କାର୍ଯ୍ୟକାରୀ ହୋଇସାରିଛି । କେବଳ ପତ୍ରାପାଲି(ଖ) ପଞ୍ଚାୟତ କାର୍ଯ୍ୟାଳୟ କୋଠା ଦୀର୍ଘ ୭ବର୍ଷ ପରେ ମଧ୍ୟ କାମ ଶେଷ ହୋଇନଥିବା ପ୍ରତିବାଦରେ ପଞ୍ଚାୟତବାସୀ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରି ଦାବୀପତ୍ର ଦେଇଥିଲେ । ପଞ୍ଚାୟତବାସୀଙ୍କ ଅଭିଯୋଗ ମୁତାବକ ପଞ୍ଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣ କାମକୁ ହଳଦୀର ଜଣେ ଠିକାଦାରଙ୍କୁ ୭ ବର୍ଷ ତଳେ ଠିକାକାମ ଦିଆଯାଇଥିଲା । କିନ୍ତୁ ଆଜିକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସଂପୃକ୍ତ ଠିକାଦାରଙ୍କୁ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ନଚେତ୍ ସେହି କାମକୁ ଠିକାଦାରଙ୍କଠାରୁ ପ୍ରତ୍ୟାହାର କରି ଆଣି ଅନ୍ୟ ଠିକାଦାରଙ୍କୁ ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଛି । ଦାବୀପତ୍ରକୁ ବ୍ଲକ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡି ଗ୍ରହଣ କରିଥିଲେ । ଦାବୀପତ୍ର ପ୍ରଦାନ ବେଳେ ଗ୍ରାମର ପରମାନନ୍ଦ ଘିବେଲାଙ୍କ ନେତୃତ୍ୱରେ ରମେଶ ହିଆଲ, କନ୍ଦର୍ପ ଗହୀର, ସୁରେଶ ଗହୀର, କାର୍ତ୍ତିକ ହିଆଳ, ପ୍ରେମଶିଳା ଘିବେଲା, ଗୀତାଞ୍ଜଳି ନାଏକ, ପଦ୍ମିନୀ ଗହୀର, ନୁଆଦେଇ ପୋଢ଼, ବଲ୍ଲବି ପୋଢ଼, ଭାଗ୍ୟବତୀ ନାଗ, ଚନ୍ଦ୍ରିକା ନାଗଙ୍କ ସହ ବହୁ ମହିଳା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.