ବଲାଙ୍ଗିର ବିଧାୟକଙ୍କ ରିନବଚନ ଗ୍ରାମ ଗସ୍ତ

  • ପ୍ରତ୍ୟେକ ଘରକୁ ଖୁବ ଶୀଘ୍ର ପାଇପ ଯୋଗେ ପିଇବା ପାଣି ପହଂଚିବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ମାଧିଆପାଲି ଅନ୍ତର୍ଗତ ରିନବଚନ ଗ୍ରାମକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସୌଜନ୍ୟମୂଳକ ଗସ୍ତ କରି ଗ୍ରାମବାସୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ବିଶେଷ କରି ପାନୀୟ ଜଳର ସମସ୍ୟା ତଥା ଗାଁର ବାକି ରହିଯାଇଥିବା ରାସ୍ତା, ଗାଁର ବିଜୁଳି ସଂଯୋଗ ପୁଇଁନ୍ତଲା ଗ୍ରୀଡ ପରିବର୍ତ୍ତେ ମାଧିଆପାଲି ଗ୍ରୀଡରୁ ପାଇବା ପାଇଁ ଏବଂ ଗାଁ ଦାଣ୍ଡରେ ଅବସର ବିନୋଦନ ଏକ ମଣ୍ଡପର ନିର୍ମାଣ ପାଇଁ ଗ୍ରାମବାସୀ ବିଧାୟକ ଶ୍ରୀ ମିଶ୍ରଙ୍କ ପାଖେ ଦାବୀ ରଖିଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ରିନବଚନ ଗାଁରେ ବହୁତ ଗୁଡିଏ ବିକାଶମୁଖୀ କାର୍ଯ୍ୟ ସରିଛି ଏବଂ ଆଉ କିଛି ବାକି ଅଛି ଖୁବ୍‌ ଶୀଘ୍ର ସେ ଦିଗରେ ପଦକ୍ଷେପ ନେଇ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ । ପରେ ଶ୍ରୀ ମିଶ୍ରଙ୍କୁ ଗାଁର ଖ୍ରୀଷ୍ଟିୟାନ ସାହି ଲୋକେ ପାଛୋଟି ନେଇ ସେଠାରେ ମଧ୍ୟ ସଭା କରିଥିଲେ । ଏହି କ୍ରମରେ ଶ୍ରୀ ମିଶ୍ର ରିନବଚନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟକୁ ଶୁଭ ଉଦ୍‌ଘାଟନ କରିଥିଲେ । ଉକ୍ତ ଶୌଚାଳୟ ନିର୍ମାଣ ପାଇଁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଗ୍ରାମବାସୀ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମମାନଙ୍କରେ ପ୍ରଧାନ ଶିକ୍ଷକ ବିନୋଦ କୁମାର ଷଡଙ୍ଗି, ସ୍କୁଲ ପରିଚାଳନା ସଭାପତି ରବିନ୍ଦ୍ର ସାହୁ, ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଅଜୟ ବାଲି, କମଳ ନନ୍ଦ, ତ୍ରିନାଥ ପଟେଲ, କମଲ ଲୋଚନ ସାହୁ, ରାଧେଶ୍ୟାମ ନାଏକ, ଭରତ ସାହୁ, ପ୍ରହଲ୍ଲାଦ ସାହୁ, ମଛିନ୍ଦ୍ର ମହାକୁରଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.