ଫାଇଭ ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ତଦାରଖ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ ତାରିଖରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଲୋଇସିଂହା ବ୍ଲକ ଅଞ୍ଚଳ ଗସ୍ତ କରି ତଦାରଖ କରିଛନ୍ତି । ପ୍ରଥମେ ସେ ଯୋଗୀସର୍ଡା ସ୍ଥିତ ପ୍ରସିଦ୍ଧ ଯୋଗେଶ୍ୱର ଶୈବ ମନ୍ଦିର ଦର୍ଶନ କରିବା ସହିତ ହାଇସ୍କୁଲ ପରିଦର୍ଶନ କରିଥିଲେ । ପରେ ଯୋଗୀସର୍ଡା କଲେଜ ପଡ଼ିଆର ହେଲିପ୍ୟାଡ଼ ଓ ଲୋଇସିଂହା କଲେଜ ପଡିଆରେ ହେବାକୁ ଥିବା ହେଲିପ୍ୟାଡ଼ କାମ ତଦାରଖ କରିଥିଲେ । ଏଥିସହିତ ଲୋଇସିଂହା କଲେଜ ପଡ଼ିଆରେ ସାଧାରଣ ସଭା ପାଇଁ ହେଉଥିବା ମଞ୍ଚ ନିର୍ମାଣ କାର୍ଯ୍ୟର ମଧ୍ୟ ତଦାରଖ କରିଥିଲେ । ସେହିପରି ବ୍ଲକ ସଭାଗୃହରେ ଆୟୋଜିତ ନାଟ୍ୟଗୁରୁ ସ୍ୱର୍ଗତ ଭଗବାନ ସାହୁ ଆଲୋଚନାଚକ୍ରରେ ଯୋଗଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଡିଓ ଆକାଶ ରଞ୍ଜନ ସାହୁଙ୍କ ସମେତ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.