ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ପୋଲିସ : ୫ ଅଟକ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ଟି ଗାଡିକୁ ମଧ୍ୟ ଜବତ କରିଛି ବଲା‌ଙ୍ଗିର ଟାଉନ ଥାନା ପୋଲିସ । ତେବେ ସଂପୃକ୍ତ ମାମଲାରେ ୫ ଜଣ‌ଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବଲା‌ଙ୍ଗିର ଟାଉନ ଥାନା ପୋଲିସ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଦୁଇଟି ଗାଡ଼ି ଆସୁଥିଲା । ଏହି ଗାଡି ଦୁଇଟିକୁ ଅଟକାଇ ପୋଲିସ ଯାଞ୍ଚ କରିବା ବେଳେ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି ଗାଡିକୁ ଜବତ କରିବା ସହ ୫ ଜଣକୁ ଅଟକ ରଖିଛି ପୋଲିସ । ଗାଡିରେ ୩୮ କେଜି ଗଞ୍ଜେଇ ଥିବା ଜଣାପଡିଛି, ଯାହାର ଅନୁମାନିକ ମୂଲ୍ୟ ଲକ୍ଷଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.