oum

ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ

jsm

ଭୁବନେଶ୍ୱର : ଭୁବନେଶ୍ୱରର ଏଥେନା ବୁକସ ପରିସରରେ ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ ହୋଇ ଯାଇଛି । ଏହି ଗଳ୍ପ ସଂକଳନଟିକୁ କଥାକାର ଡ଼. ସୁରେଶ ଛୋଟରାୟ ସମ୍ପାଦନା କରିଛନ୍ତି । ଏଥିରେ ବୀଣାପାଣି ମହାନ୍ତି, ପଦ୍ମଜ ପାଲ, ଗୌରହରି ଦାସ, କବିତା ବାରିକ, ମମତାମୟୀ ଚୌଧୁରୀ, ରବି ପଣ୍ଡା, ତପନ ମହାପାତ୍ର, ଗଙ୍ଗାଧର ବିଶ୍ୱାଳ ପ୍ରମୁଖ ୧୯ ଜଣ ଗାଳ୍ପିକଙ୍କ ଗପ ସ୍ଥାନ ପାଇଛି । ଏହି ଉତ୍ସବରେ ଜୀବନୀକାର, ସତ୍ୟନାରାୟଣ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସଦାନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ । ପ୍ରଦୀପ ବିଶ୍ୱାଳ, ଲଷ୍ମୀ ଚାନ୍ଦ, ନମିତା ଦାଶ, ଅଲେଖ ନନ୍ଦୀ, ସୁନୀଲ ମିଶ୍ର, ମାଧୁରୀ ତ୍ରିପାଠୀ ପ୍ରମୁଖ ଗାନ୍ଧୀବାଦ ଓ ଓଡ଼ିଆ ଗଳ୍ପ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.