
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଟାଉନ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ଦଶମ ବର୍ଷ ଅଲ୍ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚ ବେଲପଡା ବନାମ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଦଳ ବେଲପଡା ଟାଉନ ଦଳକୁ ୧-୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା । କମିଟି ସଂପାଦକ ଆଲୋକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି ଯୋଗ ଦେଇ ଚମ୍ପିୟାନ ବୌଦ୍ଧ ଦଳକୁ ଟ୍ରଫି ସହ ୨୫ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ବେଲପଡା ଖେଳ ପଡିଆର ଉନ୍ନତିକରଣ ପାଇଁ ନିଜ ବିଧାୟକ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ । ନୁନହାଡ ସମିତି ସଭ୍ୟ ପୁରନ୍ଦର ବାଗ, ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର, ଦୂର୍ୟ୍ୟୋଧନ କୁମ୍ଭାର, ଋକ୍ଣଣ ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ରେଫରି ଭାବରେ ଦୋଳ ଗୋବିନ୍ଦ ମୁଣ୍ଡା ଖେଳ ପରିଚାଳନା କରିଥିବା ବେଳେ ଆୟୋଜିତ କମିଟିର ପ୍ରଶାନ୍ତ ପାଲ, ଅଜିତ ବେହେରା, ଦାରା ସିଂ ପୁଟେଲ, କିଶୋର ପୁଟେଲ, ଦିଲିପ ପାଢ଼ୀଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
