‘ଏ ଧନ ତମେ କାଣା ଦିଶୁଛ ରିଟର୍ଣ୍ଣ’ର ରେକଡିଂ ସମା‌ପ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଖଡ଼ିଆଲର ଦୋହେଲପଡ଼ା ମାଁ ହରଗୌରୀ ମ୍ୟୁଜିକ ପ୍ରଡ଼କ୍ସନ ଦ୍ବାରା ପ୍ରସ୍ତୁତ ହୋଇ ଯାଇଛି ଏକ ବହୁତ ସୁନ୍ଦର ସମ୍ବଲପୁରୀ ଗୀତ “ଏ ଧନ ତମେ କାଣା ଦିଶୁଛ ରିଟର୍ଣ୍ଣ” । ଏହି ଗୀତର ଅଡ଼ିଓ ଅତି ନିକଟରେ ରାଗ ରାଗିଣୀ ଷ୍ଟୁଡ଼ିଓ ବରଗଡ଼ରେ ରେକଡିଂ ସରି ସାରିଛି । ଏହି ଗୀତରେ କଣ୍ଠ ଦାନ କରିଛନ୍ତି ସମ୍ବଲପୁରୀ ସୁର ସମ୍ରାଟ ସାନ୍ତନୁ ସାହୁ । ଗୀତକୁ ଲେଖଛନ୍ତି ଅଜିତ ଦାସ ଏବଂ ବହୁତ ସୁନ୍ଦର ଭାବେ ସଂଗୀତ ପରିଚାଲନା କରିଛନ୍ତି ହରେଦ୍ର ଜଗତ । ଏହି ଗୀତର ପ୍ରୟୋଜକ ଅଛନ୍ତି ନାରାୟଣ ରାଉତ । ଉକ୍ତ ଗୀତ ଯୋଗେଶ କୁମାରଙ୍କ ନିର୍ଦ୍ଦେଶିତରେ ପ୍ରସ୍ତୁତ ହୋଇ ସାରିଛି । ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ “ଅଲ୍‌ ସମ୍ବଲପୁରୀ ଭିଡ଼ିଓ ୟୁଟ୍ୟୁବ୍‌ ଚ୍ୟାନାଲରେ ଏହି ଗୀତ ରିଲିଜ ହେବାକୁ ଯାଉଛି । ଏଠାରେ ପ୍ରକାଶ ଥାଉକି ଯେ, ଯେତେବେଳେ ରିଲ୍‌ ଅଡ଼ିଓ କ୍ୟାସେଟ ଚାଲିଥିଲା ୧୯୯୮ ମସିହାରେ ଏହି ଗୀତର ପୁରୁଣା ଭରସନ୍‌ ଅତିତରେ ମାଁ ହରଗୌରୀ ମ୍ୟୁଜିକ ପ୍ରଡ଼କ୍ସନରେ ହିଁ ମୁକ୍ତି ଲାଭ କରିଥିଲା । ସେ ସମୟରେ ମଧ୍ୟ ଏହି ଗୀତର ଚାହିଦା ବହୁତ ଥିଲା ଏବଂ ସଂଗୀତ ମହଲରେ ଚହଲ ସୃଷ୍ଟି କରିଥିଲା । ବର୍ତ୍ତମାନ ଉକ୍ତ ଗୀତର ରିଟର୍ଣ୍ଣ ବି ବହୁତ ସୁନ୍ଦର ହୋଇଛି । ଏହି ଗୀତର ସଂଗୀତ ମୂର୍ଚ୍ଛନା ନିଶ୍ଚିତ ସ୍ରୋତାଙ୍କ ହୃଦୟକୁ ଛୁଇଁ ପାରିବ ।

3 Comments
  1. ananta bag says

    thank u sir…

    1. Koshala Prabaha says

      thaks

    2. Koshala Prabaha says

      thanks

Leave A Reply

Your email address will not be published.