oom

ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ୬ମାସର ଗର୍ଭବତୀ, ୨ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସର ପୋକସୋ କୋର୍ଟ ଚାଲାଣ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଜଣେ ମାନସିକ ଭିନ୍ନକ୍ଷମ ନାବାଳିକା(୧୬)ଙ୍କୁ ଦୁଷ୍କର୍ମ କରି ୬ମାସର ଗର୍ଭବତୀ କରିବା ଅଭିଯୋଗରେ ପୁଲିସ ଗ୍ରାମର ଦୁଇଜଣ ଅଭିଯୁକ୍ତ ବେଣୁଧର ଧରୁଆ(୪୮) ଓ ମଦନ ମାଝୀ(୩୦)ଙ୍କୁ ଗିରଫ କରି ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସଂପୃକ୍ତ ନାବାଳିକା ଜଣକ ଗର୍ଭବତୀ ଥିବା ସମ୍ପର୍କରେ ଗ୍ରାମରେ ଚର୍ଚ୍ଚା ହେବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଦିଗରୁ ତଦନ୍ତ କରି ଶେଷରେ ଥାନାରେ ଅଭିଯୋଗ କରାଯାଇଥିଲା । ଏ ସମ୍ପର୍କରେ ପୁଲିସ ନାବାଳିକାଙ୍କ ଡ଼ାକ୍ତରୀମାଇନା କରି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରିଥିଲା । ଶେଷରେ ସଂପୃକ୍ତ ମାନସିକ ଭିନ୍ନକ୍ଷମ ନାବାଳିକା ତାଙ୍କୁ ଗ୍ରାମର ଦୁଇଜଣ ଅଭିଯୁକ୍ତ ଦୁଷ୍କର୍ମ କରିବାରୁ ସେ ଗର୍ଭବତୀ ଥିବା ସ୍ୱିକାର କରିଥିଲେ । ତଦନ୍ତ ପରେ ନାବାଳିକାଙ୍କୁ ବଲାଙ୍ଗିର ସ୍ଵଧାର ଗୃହକୁ ପଠାଇ ଦିଆଯାଇଛି । ଏ ସମ୍ପର୍କରେ ପୁଲିସ ଥାନା କେସ୍‌ ନଂ ୦୩/୨୪ ଦଫା ୩୭୬, ୨ ଏଏମ୍‌, ୩୪ଆଇପିସି, ୬ ପୋକସୋ ଆଇନରେ ଦୁଇଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରି ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

jittmm
Leave A Reply

Your email address will not be published.