oom

ବିଶ୍ୱଶାନ୍ତି ଓ ପ୍ରାଣୀ ଜଗତର ମଙ୍ଗଳ ପାଇଁ ୫୧ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଦୀପଦାନ ଓ ତୁଳସୀ ପତ୍ରରେ ପ୍ରଭୁଙ୍କୁ ଅଭିଷେକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ଦ୍ୱାରା ୫୧ତମ ଅହୋରାତ୍ର ନାମଯଜ୍ଞ ଆୟୋଜନର ପ୍ରଥମ ତଥା ଦ୍ଵିତୀୟ ଦିବସରେ ବହୁ ଦୂରଦୂରାନ୍ତରୁ ମହିଳା କୀର୍ତ୍ତନ୍ୟ ଦଳ ତଥା ରଙ୍ଗୀନ କୀର୍ତ୍ତନ୍ୟ ଦଳମାନେ ଆସି ପ୍ରଭୁଙ୍କ ନାମ ନେଉଛନ୍ତି । ଚଳିତ ବର୍ଷ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧକ୍ଷ ହରେକୃଷ୍ଣ ପାତ୍ର ତଥା ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା, ସମ୍ପାଦିକା ଲିନା ମହାନ୍ତି ଓ ବରିଷ୍ଠ ସଭ୍ୟ ଶରତ ଷାଣ୍ଡ, ଦୁର୍ଗା ସାହୁ, ପିଙ୍କୁ ପଣ୍ଡା, ବାବୁ ସା, ସଞ୍ଜୟ ଶତପଥି, ତୁଫାନ ସାହୁ, ସୁନୀଲ ଦୋରା, ଅଶୋକ ମିଶ୍ର, ସୁନାଧାର ବନଛୋର, କୁନା ବେହେରା, ଦିଜରାଜ ମିଶ୍ର, ରବି ଅଗ୍ରୱାଲ, ଦୁଲିଚନ୍ଦ ଅଗ୍ରୱାଲ, ରାଜେନ୍ଦ୍ର ମିଶ୍ର, ସୁନାଧର ବନଛୋର, ସତ୍ୟନାରାୟଣ ମହାକୁଡ଼, ଗୋପାଳ ମହାରଣା ମହିଳା ସଦସ୍ୟା ଲିଲି ବେହେରା, ସବିତା ବେହେରା, ରେବତୀ ସାହୁ, ପ୍ରଭାସିନୀ ମାହାଣା, ଦମୟନ୍ତୀ ବାଗ, ପିଙ୍କି ପଣ୍ଡା ଏବଂ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ଅଶୋକ ଚାନ୍ଦ, ଅନୁ ବେହେରା, ପ୍ରଦୀପ ସାହୁ, ମହେନ୍ଦ୍ର ବାଗ, ମୁନା ଖାନ, ବୈଷ୍ଣବ ସାହୁ ଉପଦେଷ୍ଟା କମିଟିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାମଯଜ୍ଞ ଆୟୋଜନ କରାଯାଉଛି । ଗତ ୧୨ ଡିସେମ୍ବର ୨୦୨୪ ଏବଂ ୧୩ ଡିସେମ୍ବର ୨୦୨୪ ସୁଦୂର କଳାହାଣ୍ଡି, ବୌଦ୍ଧ ଓ ବିନିକା ଠାରୁ ମହିଳା କୀର୍ତ୍ତନ୍ୟ ଦଳ ତଥା ବିଭିନ୍ନ କୀର୍ତ୍ତନ୍ୟ ଦଳମାନେ ଆସି ପ୍ରଭୁଙ୍କ ନାମ ବିଭିନ୍ନ ଶୈଳୀରେ ନେଇ ନୃତ୍ୟ କରିବା ସହ ଭକ୍ତ ସମାବେଶକୁ ମନ୍ତ୍ରମୁଗ୍ଧ କରାଇଥିଲେ । ପ୍ରଥମ ଦିନ ସନ୍ଧ୍ୟା ଆଳତୀରେ ୧୦୮ ଆଳତୀ ସହ ୧୧ ଜଣ ମହିଳା ସଦସ୍ୟା କଲ୍ୟାଣୀ ସାହୁ, ପଙ୍କଜିନୀ ସାହୁ, ସୁଶୀଳା ସା, ଲିନା ବହିଦାର, ପିଙ୍କି ସାହୁ, ମଞ୍ଜୁଳା ମିଶ୍ର, ସୁଚରିତା ଶତପଥି, ଗୀତାଞ୍ଜଳି ପୂଜାରୀ, ଲିଲି ବେହେରା, ରିଙ୍କି ଷାଣ୍ଢ, ସରୋଜିନୀ ପୋଢ଼, ଟିନା ବେହେରା, ପାର୍ବତୀ ସାହୁ ଏବଂ ଦ୍ଵିତୀୟ ଦିନ ସଂନ୍ଧ୍ୟାରେ ୧୧ ଜଣ ମହିଳା ସଦସ୍ୟା ବିଷ୍ଣୁପ୍ରିୟା ପାଣ୍ଡିଆ, ରାଧା ପୋଢ଼, ମୁକ୍ତା ଗୁରୁ, କଲ୍ୟାଣୀ ବେହେରା, ଶିବାନୀ ବେହେରା, ଆନନ୍ଦିନୀ ନାଏକ, ସୁକୁନୁ ସେଠ, ସରସ୍ୱତୀ ନାଏକ, ଭାରତୀ ଘିଭେଲା, ସୁକୁନୁ ବେହେରା, ରିତା ପ୍ରଧାନ ପ୍ରମୁଖ ୧୦୮ ଦୀପ ସହ ପ୍ରଭୁଙ୍କୁ ଏକ ମନୋରମ ପରିବେଶରେ ସନ୍ଧ୍ୟା ଆଳତୀ ଦେବା ସହ ପରିବାର, ପଡ଼ା ତଥା ସଂସାରର କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ । ଦ୍ଵିତୀୟ ଦିନ ସନ୍ଧ୍ୟାରେ ପଡ଼ାର ବରିଷ୍ଠ ମହିଳାଙ୍କ ଦ୍ୱାରା ପ୍ରଭୁ ଲକ୍ଷ୍ମୀୀ ନାରାୟଣଙ୍କୁ ୧୦୮ ତୁଳସୀ ସହ ଅଳଙ୍କୃତ କରି ସମସ୍ତ ପ୍ରାଣୀ ଜଗତର ସୁଖ କାମନା କରିଥିଲେ । ପୂଜକ ଶୁକଦେବ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ସହ କୀର୍ତ୍ତନ୍ୟ ଦଳଙ୍କ ନାମ ଉଚ୍ଚାରଣରେ ଏହି ଆଧ୍ୟାତ୍ମିକ ପରିବେଶରେ ସମସ୍ତ ଦର୍ଶକ ପ୍ରଭୁଙ୍କ ବନ୍ଦନା କରିଥିଲେ । ଏହି ଅବସରରେ ନରସିଂହ ମିଶ୍ର ନାମଯଜ୍ଞରେ ଯୋଗଦାନ କରି ପ୍ରଭୁଙ୍କ ବନ୍ଦନା କରିଥିଲେ । ଚଳିତ ବର୍ଷ ନାମଯଜ୍ଞର ମୁଖ୍ୟକର୍ତ୍ତା ଶିବନାରାୟଣ ରଥ ଓ ତାଙ୍କ ସହଧର୍ମିଣୀ ନିଲମ ଶର୍ମା ଏବଂ କମିଟିର ସଦସ୍ୟ ପ୍ରଦୀପ ସାହୁ, ପିଙ୍କୁ ପଣ୍ଡା, ଦୁର୍ଗା ଚରଣ ସାହୁ, ସଞ୍ଜୟ ଶତପଥି, ବାବୁ ସା, ରଶ୍ମୀକାନ୍ତ ମହାରଣା, ସସ୍ମିତା ସାହୁ, ପଙ୍କଜିନୀ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ମାନ ଆୟୋଜନ କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.