om academy

ଦିବ୍ୟାଂଗ କୁଞ୍ଜବନ : ସାତବର୍ଷ ହେଲା କାଟୁଛନ୍ତି ଦୁଃଖୀ ଜୀବନ

jsm

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ବର୍ଷେ ନାହିଁ କି ଦୁଇ ବର୍ଷ ନାହିଁ ସାତ ସାତ ବର୍ଷ ହେଲାଣି କାଟୁଛନ୍ତି ବନ୍ଦୀ ଜୀବନ । ସରକାରଙ୍କ ଏତେ ସବୁ ଯୋଜନା ସତ୍ୱେ ଯେମିତି ତାଙ୍କ ପାଇଁ ପାଲଟିଛି ସାତସପନ । ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ଅଧିନସ୍ଥ ସାଲେପାଲି ଗ୍ରାମର କୁଞ୍ଜବନ ବାଗ (୭୨) । ସାତ ବର୍ଷ ତଲେ ବଲାଙ୍ଗିର ଶାନ୍ତିପଡା ଠାରେ ଏକ ଘରୋଇ ବସ ତାଙ୍କ ଗୋଡ ତଲେ ଚାଲିଯାଇଥିଲା । ପ୍ରଥମେ ବଲାଙ୍ଗିର ଡାକ୍ତରଖାନା ପରେ ବୁର୍ଲା ଆଉ ଶେଷରେ ଭୁବନେଶ୍ୱର ଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ବସ ଚକା ବାମ ଗୋଡର ମଧ୍ୟ ଭାଗରେ ଚାଲି ଯାଇଥିବାରୁ ତାଙ୍କର ବାମ ଗୋଡର ଆଣ୍ଠୁ ତଲର ହାଡ ସବୁ ଫାଟି ଯାଇଥିଲା ସେଥିପାଇଁ ଡାକ୍ତର ଆଣ୍ଠୁଠୁ ତଲକୁ କାଟିଥିଲେ । ବସ ମାଲିକ ଯେତିକି ଖର୍ଚ୍ଚ ହେଲା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରି ଆଶୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ । କୁଞ୍ଜବନ ଥିଲେ ଘରର ମୁରବୀ ଏବଂ ତାଙ୍କର ରୋଜଗାର ଯୋଗୁଁ ଚାଲିଥିଲା ତାଙ୍କର ଗରିବି ପରିବାର । ଏବେ ସେ ଦିବ୍ୟାଂଗ କାମ କରିବା ତ ଦୂରର କଥା ପରିସ୍ରା କିମ୍ବା ପାଇଖାନା ଯିବା ପାଇଁ ମଧ୍ୟ ଖୋଜୁଛନ୍ତି ସାହାରା । ଛୋଟ ଆଜବେଷ୍ଟସ୍ ଘର ତଲେ ବିତୁଛି ତାଙ୍କ ଦୁଃଖି ଜୀବନ । ସରକାରଙ୍କ ମାଲମାଲ ଯୋଜନା ଏଇ ଲୋକମାନଙ୍କ ପାଇଁ କାହିଁ ଏ ଯୋଜନା ସବୁ ବୋଧେ ଥିଲା ବାଲା ଘର ଲୋକମାନଙ୍କ ପାଇଁ । କୁଞ୍ଜବନ ଏବେ ବୟସର ଅପରାହ୍ନରେ । ତାଙ୍କୁ କେବଲ ସରକାରଙ୍କ ତରଫରୁ ଦିବ୍ୟାଂଗ ଭତ୍ତା ୭୦୦ ଛଡା ଆଉ କିଛି ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନାହିଁ । ନା ଅଛି ରାସନ କାର୍ଡ ନା ମିଲିଛି ଘର ଖଣ୍ଡିଏ ନା କାଲିଆ ଯୋଜନା । ସବୁଥିରୁ ଆଉଟ୍ ଅଫ୍ ଲିଷ୍ଟରେ ଅଛନ୍ତି କୁଞ୍ଜବନ ବାଗ । ତାଙ୍କୁ ପ୍ରଶାସନ ତରଫରୁ ଦିବ୍ୟାଂଗ ସାଇକେଲ ଟିଏ ଯୋଗାଇ ଦେବାପାଇଁ କହିଥିଲେ ହେଲେ ସେଇଟା ବି ଏପର୍ୟ୍ୟନ୍ତ ପାଇନାହିଁ । ପରକୁ ସାହାରା ନ କରି ନିଜେ ଯିବା ଆସିବା କରିବା ପାଇଁ ସାଇକେଲ ଟିଏ ଦରକାର ହେଲେ ସେଇ ସାଇକେଲ ଟିଏ କିଣିବା ପାଇଁ ସକ୍ଷମ ନୁହଁନ୍ତି । ଏବେ ଦୁଃଖ ଦାରିଦ୍ର୍ୟରେ କଟୁଛି ତାଙ୍କ ଜୀବନ । ଖାଇବାକୁ ନା ଅଛି ଦିମୁଠା ଦାନା ପିନ୍ଧିବାକୁ ନା ଅଛି ଖଣ୍ଡେ କନା । ଏବେ ମଧ୍ୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗକୁ ଟାକି ରହିଛନ୍ତି । କୁଞ୍ଜବନ କହନ୍ତି ଯେ, ସତେ ଯେନ୍‌ତା କି ମୁଇଁ ଚାକରି କରୁଥିଲିଁ ମତେ ସେଥିର ଲାଗି ରାସନ କାର୍ଡ ନାଇଁ ଘର ଖଁଡେ ନାଇଁ କି କାଲିଆ ଯୋଜନା ବି ନାଇଁ ପଂଚାୟତନୁ ବଲକ, ଜିଲ୍ଲାପାଳ ଠାନକେ ବି ଯେଇଛେଁ ସଭେ ବଲୁଛନ ଜଲଦି ପାଇଯିବ ହେଲେ ସାତ ବଛର ହେଇଗଲା ଯେନତା କେ ସେନତା ଅଛେଁ । ତମର କାଏଁ ଅପରାଧ କରିଥିଲିଁ ସରକାର ଭଗବାନ ତ ମୋର୍ ଗୋଡ ଗୁଟେ ନେଇଗଲେ ତମେ ମୋର ଜୀବନ ଗୁଟକ ହେଲେ ନେଇ ଯ ଯେ ଫାବିଯିମି ଏତେ ଦୁଖ୍ କାଏଁ ଯେ ଦେଉଛ ବୋଲି ଲୁହ ଝରାଇ ଝରାଇ ଦୁଃଖରେ କହୁଥିଲେ ।

Leave A Reply

Your email address will not be published.