oom

ଏଥ୍‌ଲେଟିକ୍‌ ଏସୋସିଏସନ୍ ଝାରମୁଣ୍ଡାର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥ୍‌ଲେଟିକ୍‌ ଏସୋସିଏସନ୍‌ର ୩୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଅନୁଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସଚିଦାନନ୍ଦ ସାହୁ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଯୋଗଦେଇ ପ୍ରତିଭା ଅନ୍ୱେଷଣ କ୍ଷେତ୍ରରେ ଅନୁଷ୍ଠାନର ଆଭିମୁଖ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ସାମ୍ବାଦିକ ବିମଳ ଚରଣ ହୋତା ଏବଂ ସମ୍ମାନିତ ଅତିଥି ଭାବେ ଗ୍ରାମର ଗୌନ୍ତିଆ ସଦାନନ୍ଦ ଧରୁଆ, ବରିଷ୍ଠ ଅଧ୍ୟାପକ ଦୁଃଖିଶ୍ୟାମ ମେହେର, ପୋଲିସ ଅଧିକାରୀ ଗଙ୍ଗାଧର ମେହେର, ଦିଲ୍ଲୀପ ବେହେରା, ଆସିଷ୍ଟାଣ୍ଟ କମିଶନର (କମର୍ସିଆଲ ଏଣ୍ଡ ଜିଏସ୍‌ଟି) ସୁଶିଲ ମରପାଚି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଭିନ୍ନ ସରକାରୀ ପଦ ପଦବୀରେ ଅବସ୍ଥାପିତ ଗ୍ରାମର ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନୋଜ ଧରୁଆ, ସୁଧାଂଶୁ ମହାକୁର, ଗୁଣମଣି ସେଠ, ଆନନ୍ଦ ଧରୁଆ, କାଳିଆ ବଗର୍ତ୍ତୀ, ଗୋକୁଳ ମେହେର, ସୁନିଲ ମେହେର, ସନ୍ତୋଷ ମେହେର, ରାମ କୁମାର ମେହେର, ଅନ୍ତର୍ଯ୍ୟାମୀ ମେହେର, ବିନୋଦ ଧରୁଆ, ମୀନକେତନ ଧରୁଆ, ଗୋବିନ୍ଦ ବେହେରା, ସୁକୁମାର ପଟେଲ, ଶ୍ରୀମନ୍ତ ପଧାନ, ବିଘ୍ନରାଜ ସାହୁ, ଅନ୍ତର୍ଯ୍ୟାମୀ ସାହୁଙ୍କ ସମେତ ଏସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.