ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଇଯାଇଛି । ପୂର୍ବାହ୍ନରେ କର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ପ୍ରଭାତ ଫେରି ସମ୍ପାଦିତ ହୋଇଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା ସମୟରେ ରିକାପଲ୍ଲୀ କଲ୍ୟାଣ ମଣ୍ଡପ ଠାରେ ବିବିଧ ସାଂସ୍କୃତିକ ଭରା କାର୍ଯ୍ୟକ୍ରମ ମଧ୍ୟରେ ଆନୁଷ୍ଠାନିକ ସଭା, ପୁରସ୍କାର ବିତରଣ କାର୍ଯ୍ୟ ଆଦି ସମ୍ପାଦିତ ହୋଇଥିଲା । ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଓଡ଼ିଶା ବିଧାନସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ୟାସୀର୍ ବିଲ୍ଲାଲ୍ ଅହେମ୍ମଦ, କାଉନସିଲର ବୃନ୍ଦ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ରାମଚନ୍ଦ୍ର ପଣ୍ଡା ଛତ୍ରପୁର ସହରର ବିକାଶ ଦିଗରେ ଧ୍ୟାନ ଦେବାକୁ ଛତ୍ରପୁର ବିଧାୟକଙ୍କୁ ଅନୁରୋଧ କରି ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ କାର୍ଯ୍ୟକାରୀ କରିବା ଦିଗରେ ଆଲୋକପାତ କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନର ନବପ୍ରତିଭା କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ସମସ୍ତଙ୍କୁ ମୁଗ୍ଧ କରି ଦେଇଥିଲା ।

Leave A Reply

Your email address will not be published.