p purohi

ୟୁନାଇଟେଡ଼୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଧର୍ମଘଟ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁନାଇଟେଡ଼୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ର ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଧର୍ମଘଟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ୟୁନାଇଟେଡ଼୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିଅନ୍‌ ପକ୍ଷରୁ ମାର୍ଚ୍ଚ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୁଦ୍ଧରେ ତଥା ଅନ୍ୟାନ୍ୟ ଦାବୀ ନେଇ ଧର୍ମଘଟ ଡାକରା ଦିଆଯାଇଥିଲା । ସଂପୃକ୍ତ ଆଧାରରେ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଜାଲିଛି ଧର୍ମଘଟ । ଆଜିର ଏହି ଧର୍ମଘଟରେ କନ୍‌ଭେନର୍‌ ରୋହିତ କୁମାର ଶତପଥୀ, ଜଏଣ୍ଟ କନ୍‌ଭେନର୍‌ ରୂପେଶ ଦଲାଇ, ସଭାପତି ଅରୁଣ କୁମାର ପଣ୍ଡା, ସଂପାଦକ ଗୋବର୍ଦ୍ଧନ ଦାଶ, ସୌରଭ କୁମାର ମେହେର, ସରୋଜ କୁମାର ମେହେର, ସୂଚୀସ୍ମିତା ନାଏକ, ସୁଶାନ୍ତ ପ୍ରଧାନ, ଅଶ୍ୱିନୀ ଦାଶ, ତାପସ କୁମାର ବହିଦାର, ପ୍ରକାଶ ପ୍ରଧାନ, ସୁଶାନ୍ତ ସ୍ୱାଇଁ, ଜ୍ୟୋତିର୍ମୟ ପଟେଲ, ପ୍ରକାଶ ମିଶ୍ର, ହୀରାଲାଲ ସାହୁ, ବିଜୟ ମହାନ୍ତି, ପି.କେ.ସ୍ୱାଇଁ, ସସ୍ମିତା ଶତପଥୀ, ନିବୃତ ବହିଦାର, ଭାରତ ଭୂଷଣ ମିଶ୍ର, ଆଶୁତୋଷ ମିଶ୍ର ତଥା ଅନ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ମାନେ ସାମିଲ୍‌ ଅଛନ୍ତି । ତେବେ ଏହି ଧର୍ମଘଟ ଯୋଗୁଁ ସାରା ଦେଶରେ ବ୍ୟାଙ୍କ ସବୁ ବନ୍ଦ ରହିଥିବା ବେଳେ ଆସନ୍ତା କାଲି ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ।

nrusinghnath
Leave A Reply

Your email address will not be published.