ଧାନ ବିକ୍ରି ପାଇଁ ଟୋକନ୍‌ ବିଳମ୍ବ ନେଇ ଚୁଲିଫୁଙ୍କା ଧାନମଣ୍ଡିକୁ ତାଲା ପକାଇଲେ ଚାଷୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚାଷୀଙ୍କ ଧାନ ବିକ୍ରି କରିବା ପାଇଁ ଟୋକାନ୍‌ ବିଳମ୍ବରେ ଆସିଥିବାରୁ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କାରେ ଥିବା ସେବା ସମବାୟ ସମିତି ଲିଃ ଧାନମଣ୍ଡିକୁ ତାଲା ପକାଇଲେ ଚାଷୀ । ଚାଷୀମାନେ ଦୀର୍ଘ ଦିନ ହେଲା ଧାନକୁ ଅମଳ କରି ଖଳା ଓ ଘରେ ଗଚ୍ଛିତ ରଖିଥିବା ବେଳେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ୍‌ ମିଳି ନ ଥିବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଟଣା ସ୍ଥଳରେ ଶହ ଶହ ଚାଷୀମାନେ ସାମିଲ ହୋଇଛନ୍ତି । ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଟୋକନ୍‌ ଦେବା ପାଇଁ ଜିଦରେ ଅଟଳ ଥିଲେ । ପରବର୍ତ୍ତୀ ସମୟରେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ ଓ ବଙ୍ଗୋମୁଣ୍ଡା ଯୋଗାଣ ନିରୀକ୍ଷକ ସଂଗୀତା ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ତାଲାକୁ ଖୋଲାଯାଇଛି । ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.