centurian jitm

ଡେଲାଙ୍ଗରେ ଦୋଳ ଯାତ୍ରା ଓ ହୋଲି ପର୍ବ ପାଳିତ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟତ୍ମିକ ଚେତନାରେ ପର୍ଯ୍ୟବେସିତ ଏହି ଗଣ ପର୍ବ ହୋଲି ଓ ଦୋଳଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନବ ସମାଜକୁ ପ୍ରଭାବିତ କରିଥିବାରୁ ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରାଣପ୍ରିୟା ରାଧାଙ୍କୁ ଦୋଳ ଶୋଭାଯାତ୍ରା ଉତ୍ସବ ଓ ହୋଲି ପର୍ବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ,ଏହି ଅବସରରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଡେଲାଙ୍ଗର ଆଠଦେଶ ଠାକୁର ଶ୍ରୀ ଶ୍ରୀ ସୋମନାଥ ଦେବ, ଶ୍ରୀଶ୍ରୀ ରାଧାକାନ୍ତ ଦେବ, ଶ୍ରୀଶ୍ରୀ ବଣିବକ୍ରେଶ୍ୱର ଦେବ, ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ଦେବ ଦୋଳ ବିମାନରେ ବସି ବାଜା, ବାଣ, ଶଙ୍ଖ, ତୁରୀ, ଅଲଟ, ଚାମ୍ବର ଛତି, ସୁଶୋଭିତ ଫୁଲମାଳ ସହ ଆଲୋକ ମାଳାରେ ସୁସଜ୍ଜିତ ହୋଇ ତଥା ନଦିଆ ସଂକିର୍ତନ ମଣ୍ଡଳୀ ସହିତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ ଗ୍ରାମ ପରିକ୍ରମା କରି ଘୋରଡିଆର ଚାରିସାହୀ, କଚେରୀ ,କୁଆପଦା, ବାଲିହୁଙ୍କା ଶିଶୁଆପଡା, ନୂଆହାଟ, ଘନିପୁର, ଓଉପଡା ଠାରେ ଭୋଗ ଖାଇଥାନ୍ତି । ସେହିପରି ଶ୍ରୀ ଶୀରାଧାମୋହନ ଦେବ, ଶ୍ରୀ ଶ୍ରୀପତିତପାବନ ଦେବମଧ୍ୟ ଦୋଳବିମାନରେ ବସି ଗାଁ ପରିକ୍ରମା କରି ଭୋଗ ଖାଇଥାନ୍ତି । ଅପରାହ୍ନରେ ଦୋଳମଣ୍ଡପରେ ଦୋଳିରେ ବସିପୂଜା ପାଇଥାନ୍ତି । ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକାଯ୍ୟକ୍ରମ ହେବା ସହ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ ।

ଏଠାରେ ପଣ୍ଡିତମାନେ ନୃତନ ପାଜ୍ଞିକା ପାଠ କରି ଚଳିତ ବର୍ଷ ରାଜ୍ୟ ଓ ଦେଶର ଭବିଷ୍ୟତ, ଭଲମନ୍ଦ ସଂପର୍କରେ ଆଲୋକପାତ କରିଥା‌ନ୍ତି । ଏଥି ସହିତ ଡେଲାଙ୍ଗର ଗଡବେଗୁନିଆପଡା, ଘନିପୁର, ଯୋରକଣୀ, ତିଗିରିଆ, ସୁଜନପୁର, କଲ୍ୟାଣପୁର, ନୁଆହାଟ, ମୁନିନ୍ଦା ଡେଲାଙ୍ଗ ହାଟ, ବେରବୋଇ, ଅରିଶଲ, ଗୁଆଳିପଡା, ଅଭୟମୁଖୀ, ମୋଟରୀ, ଧାନକେରା, ରେଙ୍ଗଳ, ଗୋଡିପୁଟ ମାଟିଆପଡା, ସିଂଙ୍ଗବ୍ରହ୍ମପୁର, ହରିରାଜପୁର, ଜେନାପୁର, ଶ୍ରୀପୁରଷସ୍ତମପୁର ଆଦି ବିଭିନ୍ନସ୍ଥାନରେ ମଧ୍ୟ ଦୋଳପର୍ବ ଉତ୍ସାହ ହଉଦ୍ଦିପନା ସହ ପାଳନ କରିବା ଦେଖିବାକୁ ମିଳିଥିଲା । ସେହିପରି ପ୍ରତ୍ୟେକ ବର୍ଷ ଫାଲୁଗୁନ ମାସରେ ପାରସ୍ପାରିକ ସ୍ନେହ, ଶ୍ରଦ୍ଧା, ଭଲପାଇବା, ସୌହାଦ୍ର୍ଧ୍ୟର ପ୍ରତୀକ ହେଉଛି ରଙ୍ଗର ପର୍ବ ହୋଲି, ଏହିଅବସରରେ କରୋନା ଭୟ ଓ କଟକଣା ସତ୍ୱେ ଡେଲାଙ୍ଗର ବିଭିନ୍ନ ଗାଁ ଗହଳି, ସାହିପଡିଶା, ଗଳିକନ୍ଦିରେ ବିଶେଷ କରି ଯୁବପିଢି ତଥା ଛେଟାରୁ ବଡ ପର୍ଯ୍ୟନ୍ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଧନୀଦରିଦ୍ର, ଛୁଆଁଅଛୁଆ, ହିନ୍ଦୁ ମୁସଲମାନ ଭେଦଭାବ ଭୁଲି ଭାଇଚାରା ଭାବ ନେଇ ପାରମ୍ପରିକ ରଙ୍ଗ, ଅବିର, ପିଚିକାରୀ ସହ ବାଜାବାଣ, ନାଚଗୀତର ତାଳେତାଳେ ରଙ୍ଗିନ୍‌ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗର ପର୍ବ ହୋଲିକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.