om academy

କବି ତଥା ସାମ୍ବାଦିକ ଦାମୋଦର ପଣ୍ଡାଙ୍କ ହୃଦ୍‌ଘାତରେ ଦେହାନ୍ତ

jsm

ସମ୍ବଲପୁର, (କେପିଏନ୍‌ଏସ୍‌) : କବି ତଥା ସାମ୍ବାଦିକ ଦାମୋଦର ପଣ୍ଡା(୬୮)ଙ୍କ ଆଜି ଅପରାହ୍ନ ସାଢେ଼ ୫ଟାରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ଖବର ମିଳିଛି । ଏଇ ନିକଟରେ ତାଙ୍କ ଶତାୟୁ ମାଆଙ୍କ ବିୟୋଗ ଘଟିଥିଲା । ଆଜି ତାଙ୍କ ଆକସ୍ମିକ ମୃତ୍ୟୁ ସାରା ସମ୍ବଲପୁର ସହରକୁ ସ୍ତବ୍ଧ କରିଦେଇଛି । ସ୍ଥାନୀୟ ଡଙ୍ଗରପଡ଼ା ନିବାସୀ ବିଶିଷ୍ଟ କବି ଦାମୋଦର ପଣ୍ଡା ଚାକିରୀରୁ ଅବସର ଗ୍ରହଣ କରିବା ପରେ ସାମ୍ବାଦିକତା ମଧ୍ୟ କରୁଥିଲେ । ‘କୋଶଳ ପ୍ରବାହ’କୁ ମଧ୍ୟ ନିୟମିତ ଭାବେ ସମ୍ବାଦ ଯୋଗାଉଥିଲେ ସେ । ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହୋଇଥିବା ବିଶିଷ୍ଟ କବି, ଲେଖକ ତଥା ସାହିତ୍ୟିକମାନେ ମତବ୍ୟକ୍ତ କରିଛନ୍ତି । ଜଣେ ସମ୍ରାଟ ଭଳି ଜୀବନ ବଂଚୁଥିବା ନିଜ ଇଚ୍ଛାର ମାଲିକ୍‌ କବି ଦାମୋଦର ପଣ୍ଡା ଚାଲିଯିବା ସାରା ସାହିତ୍ୟ ଜଗତକୁ ସ୍ତବ୍ଧ କରି ଦେଇଛି । ତାଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.